ନୂଆଦିଲ୍ଲୀ: ସଂସଦରେ ଗତ ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା। ତେବେ ଲୋକସଭାର ସ୍ବାଧିକାର କମିଟି ଆଜି ଅଧୀରଙ୍କ ନିଲମ୍ବନ ରଦ୍ଦ କରିଦେଇଛନ୍ତି। ଲୋକସଭାରୁ ଅଧୀରଙ୍କ ନିଲମ୍ବନ ରଦ୍ଦ ପାଇଁ ସ୍ବାଧିକାର କମିଟି ଏକ ପ୍ରସ୍ତାବ ଆଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତିଙ୍କ ନିକଟକୁ ଖୁବ୍ଶୀଘ୍ର ପଠାଯିବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଅଧୀରଙ୍କ ଟିପ୍ପଣୀ ପାଇଁ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। କିନ୍ତୁ ଅଧୀର କ୍ଷମା ନମାଗିବାରୁ ସେ ତାଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଣିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୧ ତାରିଖରେ ମୌସୁମୀ ଅଧିବେଶନର ଶେଷ ଦିନରେ ଅଧୀରଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଥିଲା। କଂଗ୍ରେସ ନେତାମାନେ ଏହି କାର୍ଯ୍ୟକୁ ଅଗାଣତାନ୍ତ୍ରିକ କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp