ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନାର ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକମାନଙ୍କ ଦଳ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ୍ ସିନ୍ଦେ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ଏଥିସହିତ ଅଜୟ ଚୌଧୁରୀଙ୍କୁ ବିଧାନସଭା ଦଳର ନେତା କରାଯିବା ପ୍ରସଙ୍ଗକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତାକାଲି (ସୋମବାର) ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ବିଧାନସଭା ଦଳର ନେତା ଭାବରେ ଅଯୋଗ୍ୟ ଘୋଷଣା କରିବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଯାଚିକାରେ ସୁନୀଲ ପ୍ରଭୁଙ୍କୁ ମୁଖ୍ୟ ହ୍ୱିପ୍ ଭାବେ ନିଯୁକ୍ତି ଦେବାକୁ ନେଇ ମଧ୍ୟ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି |
ସୂଚନା ମୁତାବକ ଦଳ ପକ୍ଷରୁ ଶିବସେନାର ୧୬ଜଣ ବିଦ୍ରୋହୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା | ଜାରି କରାଯାଇଥିବା ନୋଟିସରେ ଜୁନ୍ ୨୭ତାରିଖ ସନ୍ଧ୍ୟା ୫.୩୦ଭିତରେ ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ବିଧାୟକ ଦିଆଯାଇଥିବା ସମୟ ମଧ୍ୟରେ ଅନୁପସ୍ଥିତିର କାରଣ ନଜଣାନ୍ତି ତେବେ ଏହା ଧରି ନିଆଯିବ ଯେ ତାଙ୍କର କିଛି କହିବାର ନାହିଁ ଏବଂ ନିୟମ ଅନୁଯାୟୀ ଏ ବ୍ୟାପାରରେ ନିଷ୍ପତ୍ତି ନିଆଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/aqqqq.jpg)