କର୍ଣ୍ଣାଟକ : ସଭ୍ୟପଦ ରଦ୍ଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବିଦ୍ରୋହୀ ବିଧାୟକ

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ.ଆର. ରମେଶ ଜେଡିଏସ ଓ କଂଗ୍ରେସର ବିଦ୍ରୋହୀ ୧୭ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଥିବାରୁ ତା ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଏସବୁ ବିଧାୟକ ।

ସଭ୍ୟପଦ ରଦ୍ଦ ହୋଇଥିବା ଜେଡିଏସର ବିଧାୟକ ଏଏଚ ବିଶ୍ୱନାଥ କହିଛନ୍ତି ଯେ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଆଇନ ବିରୋଧୀ । ଏହା ବିରୋଧରେ ସେ ସୋମବାରଦିନ ସୁପ୍ରିମକୋର୍ଟରେ ଆବେଦନ କରିବେ । ହ୍ଵିପ ଜାରି ହୋଇଥିବା ସତ୍ତ୍ୱେ ସେମାନେ ଗୃହରେ ଯୋଗ ଦେଇନଥିବା କାରଣ ଦର୍ଶାଇ ସେମାନଙ୍କ ସଭ୍ୟପଦ ରଦ୍ଦ କରାଯାଇଛି । ଏହା କିନ୍ତୁ ବେଆଇନ ବୋଲି ସେ କହିଛନ୍ତି ।

ବାଚସ୍ପତି କେଆର ରମେଶ ଆଜି ଦଳବଦଳ ନିରୋଧ ଆଇନ ଅନୁସାରେ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଦେଇଛନ୍ତି । ଗତ ଗୁରୁବାର ଦିନ ଆଉ ୩ ଜଣଙ୍କ ସଭ୍ୟପଦ ରଦ୍ଦ କରାଯାଇଥିଲା । ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ ହେବ ।

ସମ୍ବନ୍ଧିତ ଖବର