ମୁମ୍ବାଇ ଫେରିଲେ ଶିବସେନାର ବିଦ୍ରୋହୀ ବିଧାୟକ

ମୁମ୍ବାଇ : ଆସନ୍ତା ସୋମବାରଦିନ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଏକନାଥ ସିନ୍ଦେ ସରକାର । ଏହା ପୂର୍ବରୁ ଗୋଆର ଏକ ରିଜୋର୍ଟରେ ରହୁଥିବା ଶିବସେନାର ବିଦ୍ରୋହୀ ବିଧାୟକମାନେ ଶନିବାର ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି । ସେମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି ।

ଗୁରୁବାରଦିନ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ଦେବେନ୍ଦ୍ର ଫଡନବୀସ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶରଥ ନେବା ପରେ ଏକନାଥ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ ପୁଣି ଗୋଆ ଫେରିଯାଇଥିଲେ ଓ ନିଜର ସାଥୀ ବିଧାୟକମାନଙ୍କ ସହ ରହିଥିଲେ । ଶନିବାର ସେ ଫେରିଆସିଛନ୍ତି । ମୁମ୍ବାଇରେ ପହଞ୍ଚିବା ପରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ସହ ବାଲାସାହେବ ଠାକରେଙ୍କ ଜୟଗାନ କରିଥିଲେ ।

ଗତ ବୁଧବାର ରାତିରେ ଏକ ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା । ବୁଧବାର ଦିନ ହିଁ ବାଗୀ ବିଧାୟକମାନେ ଗୌହାଟୀରୁ ଫେରି ଗୋଆରେ ରହୁଥିଲେ ।

ସମ୍ବନ୍ଧିତ ଖବର