କର୍ଣ୍ଣାଟକ : ୩୦ରେ ବାଙ୍ଗାଲୁରୁ ଫେରିବେ ବିଦ୍ରୋହୀ ବିଧାୟକ

ବାଙ୍ଗାଲୁରୁ: ମୁମ୍ବାଇରେ ରହୁଥିବା କର୍ଣ୍ଣାଟକର ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ ବିଧାୟକମାନେ ଆସନ୍ତା ୩୦ ତାରିଖରେ ବାଙ୍ଗାଲୁରୁ ଫେରିବେ । ଏହି ବିଧାୟକମାନେ ଜୁଲାଇ ୩୧ରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିନ କରିବେ । ସେହିପରି ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପା ସେହିଦିନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହା, କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପା ଆସନ୍ତା ଜୁଲାଇ ୩୧ ପୂର୍ବରୁ ଆସ୍ଥା ଭୋଟ ଲୋଡିବାର ସମ୍ଭାବନା ରହିଛି । ଜୁଲାଇ ୩୧ରେ ମଧ୍ୟ ରାଜ୍ୟର ଅର୍ଥ ବିଲ ଆଗତ ହେବ । ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକମାନେ ଅଭିଯୋଗ କରିଛନ୍ତି ସେ ସେମାନଙ୍କ ସଭ୍ୟପଦ ରଦ୍ଦ କରାଯିବାର ଭୟ ଦେଖାଉଛନ୍ତି କଂଗ୍ରେସ ନେତା ସିଦ୍ଧରାମାୟା । କିନ୍ତୁ ସେମାନଙ୍କ ଧମକରେ ଡରିବାର ପ୍ରଶ୍ନ ଉଠୁନାହିଁ ବୋଲି ଏମଟିବି ନାଗରାଜ କହିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଗଲେ କୋର୍ଟକୁ ଯିବେ ।

ସମ୍ବନ୍ଧିତ ଖବର