ନୂଆଦିଲ୍ଲୀ: ଆଜି ଏୟାର ଇଣ୍ଡିଆ କିଣିବା ପାଇଁ ଲେଟର ଅଫ୍ ଇଣ୍ଟ୍ରେଷ୍ଟ (ଇଓଆଇ) ଦାଖଲ କରିବାର ଶେଷ ତାରିଖ ଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଆଜି ଅନେକ ବଡ଼ ବଡ଼ କମ୍ପାନି ଇଓଆଇ ଦାଖଲ କରିଥିବା ଜଣା ପଡ଼ିଛି। ସେ ମଧ୍ୟରେ ରହିଛି ଟାଟା | ଯଦି ଏୟାର ଇଣ୍ଡିଆକୁ କିଣିବାରେ ଟାଟା ସଫଳ ହୁଏ, ତେବେ ୬୭ବର୍ଷ ପରେ, ଏୟାର ଇଣ୍ଡିଆ ପୁନର୍ବାର ଏହି ଟାଟା ହାତକୁ ଯିବ। ଟାଟା ଗ୍ରୁପ୍ ଏୟାର ଏସିଆ ଇଣ୍ଡିଆ ମାଧ୍ୟମରେ ଏହି ଇଓଆଇ ଦାଖଲ କରିଛି | ଏୟାର ଏସିଆରେ ଟାଟା ଗ୍ରୁପ୍ର ଅଧିକାଂଶ ଅଂଶଧନ ରହିଥିବା ଜଣା ପଡ଼ିଛି। ଏୟାର ଇଣ୍ଡିଆ ପାଇଁ ଆଉ ଏକ ଖୁସି ଖବର ହେଉଛି ଆମେରିକାର ଏକ ଫଣ୍ଡ ଇଣ୍ଟରଅପ୍ ଇନ ମଧ୍ୟ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି |
ତେବେ ପ୍ରମୋଟର ଅଜୟ ସିଂ ଆନୁଷ୍ଠାନିକ ଭାବେ ବିମାନ ସେବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି କି ନାହିଁ ତାହା ସ୍ପାଇସଜେଟ ନିଶ୍ଚିତ କରି ନାହିଁ। ଏୟାର ଇଣ୍ଡିଆର ରଣନୈତିକ ବିନିଯୋଗ ପାଇଁ ଏକାଧିକ ଇଓଆଇ ଦାଖଲ କରାଯାଇଛି | ଏହା ପରେ କାରବାର ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟକୁ ଯିବ ବୋଲି ବିନିଯୋଗ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି | ଆଗ୍ରହୀ ସଂସ୍ଥାଗୁଡ଼ିକୁ ୧୫ ଦିନ ମଧ୍ୟରେ ବିଡ୍ ଦାଖଲ କରିବାକୁ କୁହାଯାଇଛିି | ଯେଉଁମାନେ ଯୋଗ୍ୟତା ନିୟମ ଅନୁଯାୟୀ ଏୟାର ଇଣ୍ଡିଆ ବିଡ ପାଇଁ କରିବାକୁ ଯୋଗ୍ୟ ହେବେ, ସେମାନଙ୍କୁ ଜାନୁୟାରୀ ୫, ୨୦୨୧ରେ ଡକାଯିବ। ଯୋଗ୍ୟ ବ୍ୟକ୍ତିମାନେ ଏଣ୍ଟରପ୍ରାଇଜ୍ ଭ୍ୟାଲୁ (ଉଦ୍ୟୋଗ ମୂଲ୍ୟ) ଆଧାରରେ ଟେଣ୍ଡର କରି ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପରେ ଆଗାମୀ ପ୍ରକ୍ରିୟା ଆରମ୍ଭ ହେବ।
The Weekଉଲ୍ଲେଖଯୋଗ୍ୟ, ଭାରତରେ ଏୟାରଲାଇନ୍ସର ଆରମ୍ଭ ଟାଟା ଗ୍ରୁପ୍ ର ମୁଖ୍ୟ ଜେଆରଡି ଟାଟା ୧୯୩୨ ମସିହାରେ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ। ପରେ ଏହାର ନାମ ଏୟାର ଇଣ୍ଡିଆ ହେଲା ଏବଂ ସ୍ବାଧୀନତା ପରେ ଏହାକୁ ସରକାରୀକରଣ କରାଗଲା | ୧୯୫୩ ପରଠାରୁ ଏହା ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ଅଧୀନରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-135.jpg)