୧୫ ଦିନ ହେଲା ଘୋଡ଼ାବେପାର ଅଭିଯୋଗ ହେଉଥିଲା; ବିଧାୟକମାନଙ୍କୁ ଧମକ ଦିଆଯାଉଥିଲା: ଜମ୍ମୁ ଓ କଶ୍ମୀର ରାଜ୍ୟପାଳ

ଶ୍ରୀନଗର: ମଙ୍ଗଳବାର ଦିନ ଘୋଡ଼ା ବେପାର ପ୍ରସଙ୍ଗ ଉଠାଇବା ପରେ ହଠାତ୍‌ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦିଆଯିବାର ବିଭିନ୍ନ କାରଣ ବିଷୟରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗତ ୧୫ ଦିନ ହେବ ସେ ଘୋଡ଼ାବେପାର ସଂକ୍ରାନ୍ତ ଅଭିଯୋଗ ଶୁଣି ଆସୁଥିଲେ। ବିଧାୟକମାନଙ୍କୁ ମଧ୍ୟ ଧମକ ଦିଆଯାଉଥିଲା।

ସତ୍ୟ ପାଲ ମଲ୍ଲିକ: ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ଦିନରୁ ହିଁ କହିଆସୁଛି ଯେ ଗୁପ୍ତ ଧୋକାବାଜି ଏବଂ ଘୋଡ଼ାବେପାର ଦ୍ୱାରା ରାଜ୍ୟରେ ଗଠିତ କୌଣସି ସରକାରକୁ ମୁଁ ସମର୍ଥନ କରେନାହିଁ। ଏହା ପରିବର୍ତ୍ତେ ମୁଁ ଚାହେଁ ନିର୍ବାଚନ ହେଉ ଓ ମନୋନୀତ ସରକାର ରାଜ୍ୟରେ ଶାସନ କରୁ।

ମଲ୍ଲିକ ଆହୁରି କହିଛନ୍ତି: ଗତ ୧୫ ଦିନ ହେବ ମୁଁ ଘୋଡ଼ାବେପାର ସଂକ୍ରାନ୍ତରେ ଅଭିଯୋଗ ଶୁଣିଆସୁଛି ଏବଂ ବିଧାୟକମାନଙ୍କୁ ମଧ୍ୟ ଧମକ ଦିଆଯାଉଛି। ତାଙ୍କ ବିଧାୟକମାନଙ୍କୁ ଧମକ ଦିଆଯାଉଛି ବୋଲି ମେହେବୁବାଜୀ ନିଜେ କହିଛନ୍ତି। ଅନ୍ୟ ଦଳମାନେ କହିଛନ୍ତି ଟଙ୍କା ବଣ୍ଟାଯିବାର ଯୋଜନା ହେଉଛି। ମୁଁ ଏ ସବୁ କରାଇ ଦେଇ ନ ଥାଆନ୍ତି।

ଫ୍ୟାକ୍ସ ମେସିନ୍‌ ମାମଲାରେ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ କହିଛନ୍ତି ଯେ ଯଦିବା ସେ ଫ୍ୟାକ୍ସ୍‍ ପାଇଥିଲେ, ତାଙ୍କର ମତ ଅପରିବର୍ତ୍ତିତ ରହିବ।
ବିଧାନସଭା ଭଙ୍ଗ ବିରୋଧରେ ପିଡିପି ଅଦାଲତରେ ଫେରାଦ ହେବା ଖବର ପରେ ମଲ୍ଲିକ ଆହୁରି କହିଛନ୍ତି, ଅଦାଲତକୁ ଯିବା ସେମାନଙ୍କର ଅଧିକାର ହୋଇଥିଲେ ବି ପିଡିପି ଗତ ୫ ମାସ ହେବ ଏ କଥା ଦାବି କରି ଆସୁଥିଲା।

ସେ କହିଛନ୍ତି: ସେମାନେ କାହିଁକି ଅଦାଲତକୁ ଯିବେ? ଏ କଥା ସେମାନେ ୫ ମାସ ହେଲା ଦାବି କରି ଆସୁଥିଲେ। ମୁଁ ଚାହେଁ ସେମାନେ ଅଦାଲତକୁ ଯାଆନ୍ତୁ, ଏହା ସେମାନଙ୍କର ଅଧିକାର, ସେମାନେ ଯିବା ଉଚିତ।

ସମ୍ବନ୍ଧିତ ଖବର