ଉତ୍ତର ଭାରତରେ ହୋଇଥିବା କୁଆପଥର ବର୍ଷାରେ ଇଣ୍ଡିଗୋର ୭୫ ଘରୋଇ ବିମାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଗତ ସପ୍ତାହରେ ହୋଇ ଯାଇଥିବା ପ୍ରବଳ କୁଆପଥର ବର୍ଷାରେ ଘରୋଇ ରୁଟ୍‌ରେ ଉଡ଼ାଣ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ପ୍ରାୟ ୭୫ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି।

ଆଜି (ରବିବାର) ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ ଗତ ଶୁକ୍ରବାର ଦିନ ସମଗ୍ର ଉତ୍ତର ଭାରତରେ ହୋଇ ଯାଇଥିବା ପ୍ରବଳ କୁଆପଥର ବର୍ଷା ଫଳରେ ଘରୋଇ ରୁଟ୍‌ରେ ଉଡ଼ାଣ ଭରୁଥିବା ୭୫ଟି ବିମାନ କ୍ଷତିଗ୍ରସ୍ତ ହୋଇଛି ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ ଓ ଅନ୍ୟ କ୍ରୁ ସଦସ୍ୟମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏହି କାରଣର ଅନେକ ବିମାନକୁ ଅନୋନ୍ୟପାୟ ଅବସ୍ଥାରେ ଗନ୍ତବ୍ୟ ବବିମାନ ବନ୍ଦର ପରିବର୍ତ୍ତେ ଅନ୍ୟତ୍ର ଅନ୍ୟ ବିମାନ ବନ୍ଦରକୁ ପଠା ଯାଇଥିଲା ଏବଂ ଅନେକ ବିମାନର ଉଡ଼ାଣକୁ ରଦ୍ଦ କରିବାକୁ ପଡ଼ିଥିଲା। ଏଥିପାଇଁ ଯାତ୍ରୀମାନଙ୍କୁ ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଥିବା କାରଣରୁ ଜାରି ପ୍ରେସ୍‌ ଇସ୍ତାହାରରେ ଦୁଃଖ ପ୍ରକାଶ କରିଛି ଇଣ୍ଡିଗୋ ଏୟାରଲାଇନ୍ସ।

ସମ୍ବନ୍ଧିତ ଖବର