ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବିଜେଡି ଜାତୀୟ ମିଡିଆ ସେଲ୍‌

ନୂଆଦିଲ୍ଲୀ : ଆଞ୍ଚଳିକ ଦଳ ରୂପେ ଓଡ଼ିଶାରେ ବିଜୁ ଜନତା ଦଳ ନିଜର ପତିଆରା ବିସ୍ତାର କରିଥିବା ବେଳେ ଏବେ ଜାତୀୟ ସ୍ତରରେ ସ୍ଥିତି ମଜବୁତ୍‌ କରିବାପାଇଁ ପ୍ରସାୟ ଆରମ୍ଭ ହୋଇଛି। ଜାତୀୟସ୍ତରରେ ଦଳର ପ୍ରଚାର ଓ ପ୍ରସାର ପାଇଁ ଖୁବ୍‌ ଶୀଘ୍ର ଜାତୀୟ ରାଜଧାନୀ ଦିଲ୍ଲୀରେ ବିଜୁ ଜନତା ଦଳର ଜାତୀୟ ମିଡିଆ ସେଲ୍‌ କାର୍ଯ୍ୟ ଆରମ୍ଭ କରିବ। ଦିଲ୍ଲୀର ୪ ଫିରୋଜଶାହା ରୋଡ୍‌ରେ ମିଡିଆ ସେଲ୍‌ର କାର୍ଯ୍ୟାଳୟ ସ୍ଥାପନ କରାଯିବ। ବିଜେଡିର ଜାତୀୟ ପ୍ରବକ୍ତା ତଥା ଜାତୀୟ ମିଡିଆ ସଂଯୋଜକ ଗିରିଧାରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନ୍ୟାସନାଲ୍‌ ମିଡିଆ ସେଲ୍‌ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର