ଓଡ଼ିଶା ଗବେଷକଙ୍କର ଏକାଧିକ ପ୍ରସ୍ତାବକୁ ସୁପାରିସ

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଆ ଗବେଷକଙ୍କ ଏକାଧିକ ପ୍ରସ୍ତାବକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ସୁପାରିଶ ପ୍ରଦାନ କରିଛନ୍ତି। ଏହି ଓଡ଼ିଆ ଗବେଷକଙ୍କ ତତ୍ତ୍ବାବଧାନରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।

ସୂଚନା ଅନୁସାରେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପତିତପାବନ ମିଶ୍ର, ମାଲବ୍ୟ ଏନ୍‌ଆଇଟିର ଅମର ପଟ୍ଟନାୟକ; ଆଇଆଇଟି ଭୁବନେଶ୍ୱର ଅମ୍ରିତେନ୍ଦୁ ରାୟ, ଦୀନବନ୍ଧୁ ଫାଉଣ୍ଡେସନ୍ ଫର୍ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ସୋଇଓ-ଇକନୋମିକ ଡେଭେଲପ୍‌ମେଣ୍ଟର ଅଭୟ କୁମାର ସାମଲ, ଏନ୍‌ଆଇଟି ରାଉରକେଲାର ସନ୍ତୋଷ କୁମାର ସାହୁ, ସିଏସଆଇଆରର ରଞ୍ଜନ କୁମାର ସାହୁ, ସୋସାଇଟି ରମନ୍ ଏଜୁକେଶନର ସୁନୀତା ରାଉତରାୟ, କିଟ୍‌ର ଅମିତା ମିଶ୍ର ତଥା ସିଏସ୍‌ଆଇଆରର ବର୍ଷା ଦାସ, ଆଲୋକ ତ୍ରିପାଠୀ ଓ ଅର୍କଜ୍ୟୋତି ଦାସଙ୍କ ତତ୍ତ୍ୱାବଧନାରେ ସୁପାରିଶ କରାଯିବା ପ୍ରକଳ୍ପ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧିତ ଖବର