ଚଳିତବର୍ଷ ବୈଷ୍ଣୋ ଦେବୀରେ ସର୍ବାଧିକ ୩ ଲକ୍ଷରୁ ଊର୍ଧ୍ୱ ଭକ୍ତଙ୍କ ଭିଡ଼ ରେକର୍ଡ

ଜମ୍ମୁ: ଚଳିତବର୍ଷ ନବରାତ୍ରୀରେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ତ୍ରିକୁଟ ପର୍ବତରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରରେ ସର୍ବାଧିକ ୩ ଲକ୍ଷରୁ ଊର୍ଧ୍ୱ ଭକ୍ତ ରେକର୍ଡ କରାଯାଇଛି।

ମାତା ବୈଷ୍ଣୋ ଦେବୀ ବୋର୍ଡର ସିଇଓ ସିମ୍‌ରନଦୀପ ସିଂହଙ୍କ କହିବା ମୁତାବକ, ‘ଚଳିତବର୍ଷ ନବରାତ୍ରୀରେ ସର୍ବାଧିକ ୩,୬୪,୬୪୩ ଭକ୍ତଙ୍କୁ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ରେକର୍ଡ କରାଯାଇଛି।’

JK Newspoint

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ୨୦୧୪ ମସିହାରେ ୨ ଲକ୍ଷ, ୨୦୧୫ ମସିହାରେ ୨.୭୪ ଲକ୍ଷ, ୨୦୧୬ ମସିହାରେ ୩.୫୦ ଲକ୍ଷ, ୨୦୧୭ ମସିହାରେ ୩.୦୩ ଲକ୍ଷ ଓ ୨୦୧୮ ମସିହାରେ ୩.୧୮ ଲକ୍ଷ ଭକ୍ତ ହୋଇଥିବା ରେକର୍ଡ ହୋଇଥିଲା।

ତେବେ, ସୂଚନା ରହିଛି ଯେ ମାଆଙ୍କ ସ୍ଥାନରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀମାନେ ବିଭିନ୍ନ ଯାନର ସାହାଯ୍ୟ ନେଇଛନ୍ତି। ୫୧,୨୨୫ ଜଣ ତାର୍ଥଯାତ୍ରୀ ବୋର୍ଡ ଦ୍ୱାରା ଦିଆଯାଉଥିବା ଲଙ୍ଗର ସେବାରେ ବୈଷ୍ଣୋ ଦେବୀରେ ପହଞ୍ଚିଥିବା ବେଳେ ପୋନି, ପିଠୁ ଏବଂ ପଲ୍‌କି ସେବା ଦ୍ୱାରା ୫୫,୪୭୭, କେବଲ୍‌ କାର୍‌ରେ ୭୧,୦୦୦, ବ୍ୟାଟେରି କାର୍‌ରେ ୧୬,୦୦୦ ଓ ହେଲିକପ୍ଟର ଯୋଗେ ୫,୨୬୦ ଜଣ ତାର୍ଥଯାତ୍ରୀ ଏହି ପବିତ୍ର ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର