ରେକର୍ଡ ଭାଙ୍ଗି ଚାଲିଛି ଦୈନିକ ମୃତ୍ୟୁ: ଜୁଲାଇରେ ଶେଷ ହେବ ଦ୍ବିତୀୟ ଲହର, ୬ ମାସ ପରେ ତୃତୀୟ ଲହର!

ଦିନକରେ ୪,୫୨୯ ମୃତ୍ୟୁ, କେବଳ ଚଳିତ ମାସରେ ଗଲାଣି ୭୧,୩୯୫ ଜୀବନ

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ୪ ଲକ୍ଷର ଯଥେଷ୍ଟ ତଳେ ରହିବା ସାମୟିକ ଆଶ୍ବସ୍ତି ଆଣିଥିଲେ ହେଁ ମୃତକଙ୍କ ସଂଖ୍ୟା ଦିନକୁ ଦିନ ନିଜ ରେକର୍ଡ ଭାଙ୍ଗି ଚାଲିଛି। ଲଗାତାର ଚତୁର୍ଥ ଦିନ ପାଇଁ ମୃତକଙ୍କ ସଂଖ୍ୟା ୪, ୦୦୦ ଉପରେ ରହିବା ଭୂତାଣୁ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଦେଇଛି। କାରଣ ଦେଶର ମାତ୍ର ୨ ପ୍ରତିଶତ ନାଗରିକ ଏହି ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଆହୁରି ୯୮ ପ୍ରତିଶତ ସଂକ୍ରମଣପ୍ରବଣ ରହିଥିବା ବିଶେଷଜ୍ଞମାନେ ନିକଟରେ ସତର୍କ କରାଇ ଦେଇଛନ୍ତି। ବୁଧବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୪,୫୨୯ ଜଣଙ୍କର ମୃତ୍ୟୁ ଘଟିଛି ଯାହା କି ବିଶ୍ବ ରେକର୍ଡ ବୋଲି ଜଣାଯାଇଛି। କୋଭିଡ୍‌ ମୃତ୍ୟୁକୁ ନେଇ ଏଭଳି ସ୍ଥିତି ଭିତରେ ଆଜି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ବାରା ଗଠିତ ଏକ ବିଶେଷଜ୍ଞ କମିଟି କହିଛନ୍ତି ଯେ କୋଭିଡ୍‌ର ଦ୍ବିତୀୟ ଲହର ଜୁଲାଇରେ ‌ଶେଷ ହେବ ଏବଂ ୬ରୁ ୮ ମାସ ପରେ ତୃତୀୟ ଲହର ଆସିବ। ଜୁନ୍‌ ଶେଷ ବେଳକୁ ସଂକ୍ରମଣ ୨୦ ହଜାର ତଳକୁ ଖସିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ କମିଟି ଏକ ଗାଣିତିକ ମଡେଲ୍‌ ଆଧାରରେ କହିଛନ୍ତି।

ଦେଶରେ ମାତ୍ର ୨% ନାଗରିକ ମହାମାରୀରେ ଆକ୍ରାନ୍ତ
ଆହୁରି ୯୮% ସଂକ୍ରମଣପ୍ରବଣ

ମଙ୍ଗଳବାରର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ମିଶାଇ ଭାରତରେ ଅଦ୍ୟାବଧି ୨,୮୩,୨୪୮ ଜଣ ନାଗରିକ ମହାମାରୀ କୋଭିଡ୍‌-୧୯ରେ ଆଖି ବୁଜିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାଯାଇଛି। ଅପରପକ୍ଷେ, ଏହି ୨୪ ଘଣ୍ଟାରେ ୨,୬୭,୩୩୪ ଜଣ ନୂତନ ସଂକ୍ରମିତ ଠାବ ହେବା ସହ ମହାମାରୀ ଆରମ୍ଭ ପରଠାରୁ ମୋଟ ୨,୫୪,୯୬,୩୩୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୩,୦୫୯ ଜଣ, କେରଳରେ ୩୧,୩୩୭ ଓ କର୍ଣ୍ଣାଟକରେ ୩୦,୩୦୯ ଜଣ ରହିଛନ୍ତି। ଦେଶରେ ଆରୋଗ୍ୟ ହାର ୮୬.୨୩ ପ୍ରତିଶତକୁ ବୃଦ୍ଧିପାଇବା ସହ ଲଗାତାର ଷଷ୍ଠ ଦିନ ପାଇଁ ନୂତନ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ପୀଡ଼ିତ ଆରୋଗ୍ୟ ଲାଭ କରିଛନ୍ତି। ଏହି ଦିନକ ଭିତରେ ୩,୮୯,୮୫୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ଦେଶରେ ୩୨,୨୬,୭୧୯ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି।

ସେହିପରି ଦିନକରେ ରେକର୍ଡ ସଂଖ୍ୟକ ୨୦.୦୮ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି।ନୂଆଦିଲ୍ଲୀ, ୧୯।୫: ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ୪ ଲକ୍ଷର ଯଥେଷ୍ଟ ତଳେ ରହିବା ସାମୟିକ ଆଶ୍ବସ୍ତି ଆଣିଥିଲେ ହେଁ ମୃତକଙ୍କ ସଂଖ୍ୟା ଦିନକୁ ଦିନ ନିଜ ରେକର୍ଡ ଭାଙ୍ଗି ଚାଲିଛି। ଲଗାତାର ଚତୁର୍ଥ ଦିନ ପାଇଁ ମୃତକଙ୍କ ସଂଖ୍ୟା ୪, ୦୦୦ ଉପରେ ରହିବା ଭୂତାଣୁ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଦେଇଛି। କାରଣ ଦେଶର ମାତ୍ର ୨ ପ୍ରତିଶତ ନାଗରିକ ଏହି ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଆହୁରି ୯୮ ପ୍ରତିଶତ ସଂକ୍ରମଣପ୍ରବଣ ରହିଥିବା ବିଶେଷଜ୍ଞମାନେ ନିକଟରେ ସତର୍କ କରାଇ ଦେଇଛନ୍ତି। ବୁଧବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୪,୫୨୯ ଜଣଙ୍କର ମୃତ୍ୟୁ ଘଟିଛି ଯାହା କି ବିଶ୍ବ ରେକର୍ଡ ବୋଲି ଜଣାଯାଇଛି। କୋଭିଡ୍‌ ମୃତ୍ୟୁକୁ ନେଇ ଏଭଳି ସ୍ଥିତି ଭିତରେ ଆଜି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ବାରା ଗଠିତ ଏକ ବିଶେଷଜ୍ଞ କମିଟି କହିଛନ୍ତି ଯେ କୋଭିଡ୍‌ର ଦ୍ବିତୀୟ ଲହର ଜୁଲାଇରେ ‌ଶେଷ ହେବ ଏବଂ ୬ରୁ ୮ ମାସ ପରେ ତୃତୀୟ ଲହର ଆସିବ। ଜୁନ୍‌ ଶେଷ ବେଳକୁ ସଂକ୍ରମଣ ୨୦ ହଜାର ତଳକୁ ଖସିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ କମିଟି ଏକ ଗାଣିତିକ ମଡେଲ୍‌ ଆଧାରରେ କହିଛନ୍ତି।

ମଙ୍ଗଳବାରର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ମିଶାଇ ଭାରତରେ ଅଦ୍ୟାବଧି ୨,୮୩,୨୪୮ ଜଣ ନାଗରିକ ମହାମାରୀ କୋଭିଡ୍‌-୧୯ରେ ଆଖି ବୁଜିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାଯାଇଛି। ଅପରପକ୍ଷେ, ଏହି ୨୪ ଘଣ୍ଟାରେ ୨,୬୭,୩୩୪ ଜଣ ନୂତନ ସଂକ୍ରମିତ ଠାବ ହେବା ସହ ମହାମାରୀ ଆରମ୍ଭ ପରଠାରୁ ମୋଟ ୨,୫୪,୯୬,୩୩୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୩,୦୫୯ ଜଣ, କେରଳରେ ୩୧,୩୩୭ ଓ କର୍ଣ୍ଣାଟକରେ ୩୦,୩୦୯ ଜଣ ରହିଛନ୍ତି। ଦେଶରେ ଆରୋଗ୍ୟ ହାର ୮୬.୨୩ ପ୍ରତିଶତକୁ ବୃଦ୍ଧିପାଇବା ସହ ଲଗାତାର ଷଷ୍ଠ ଦିନ ପାଇଁ ନୂତନ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ପୀଡ଼ିତ ଆରୋଗ୍ୟ ଲାଭ କରିଛନ୍ତି। ଏହି ଦିନକ ଭିତରେ ୩,୮୯,୮୫୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ଦେଶରେ ୩୨,୨୬,୭୧୯ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି। ସେହିପରି ଦିନକରେ ରେକର୍ଡ ସଂଖ୍ୟକ ୨୦.୦୮ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର