ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସଂସଦୀୟ ଇତିହାସରେ ସବୁଠୁ ଲମ୍ବା ବଜେଟ୍ ଭାଷଣ ଦେଇ ଏକ ସର୍ବକାଳୀନ ରେକର୍ଡ କରିଛନ୍ତି। ନୂଆ ଦଶକର ପ୍ରଥମ ବଜେଟ୍ ଭାଷଣରେ ଏକ ନୂଆ କୀର୍ତ୍ତିମାନ୍ ସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିରବଚ୍ଛିନ୍ନ ଭାବରେ ପ୍ରାୟ ୨ ଘଣ୍ଟା ୩୯ ମିନିଟ୍ ଅର୍ଥାତ ୧୫୯ ମିନଟ୍ ବଜେଟ୍ ଭାଷଣ ଦେଇ ଏହି ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି।
କ୍ରମାଗତ ଭାବରେ ୨ ଘଣ୍ଟା ୩୯ ମିନିଟ୍ ଭାଷଣ ଦେବା ପରେ ଅର୍ଥମନ୍ତ୍ରୀ ସାମାନ୍ୟ ଅସ୍ୱାଭାବିକ ଅନୁଭବ କରିଥିଲେ। ଆଉ ଏହାକୁ ଦେଖି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଭାଷଣ ଶେଷ କରିବାକୁ ଅନୁରୋଧ କରିବା ପରେ ବଜେଟ୍ ଭାଷଣ ସମାପ୍ତ କରିଥିଲେ ଅର୍ଥମନ୍ତ୍ରୀ ସୀତାରମଣ।
ଭାଷଣ ସାରିବାକୁ ଆଉ ମାତ୍ର ୨ ପୃଷ୍ଠା ବାକି ଥିବା ବେଳେ ଅର୍ଥମନ୍ତ୍ରୀଙ୍କୁ ଭାଷଣ ଶେଷ କରିବାକୁ ଅନୁରୋଧ କରିଥିଲେ ରାଜନାଥ ସିଂ । ଦେଶର ପ୍ରଥମ ମହିଳା ପୂର୍ଣ୍ଣାଙ୍ଗ ଅର୍ଥମନ୍ତ୍ରୀ ତଥା ଇନ୍ଦିରା ଗାନ୍ଧୀ ପରେ ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ପ୍ରଥମ ବଜେଟ୍ ଭାଷଣରେ ବି ରେକର୍ଡ କରିଥିଲେ । ଗତ ବଜେଟରେ ୨ ଘଣ୍ଟା ୧୫ ମିନିଟର ଦୀର୍ଘ ଭାଷଣ ରଖିଥିଲେ ସେ।
Mumbai Mirrorଏହା ଦ୍ବାରା ନିଜ ରେକର୍ଡ ଭାଙ୍ଗିଛନ୍ତି ନିର୍ମଳା । ୨୦୧୯-୨୦ ବଜେଟ୍ ଭାଷଣରେ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ ସେ । ୨୦୦୩ ମସିହାରେ ଏନଡିଏ ସରକାରର ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିଂଙ୍କ ୨ ଘଣ୍ଟା ୧୩ ମିନିଟର ରେକର୍ଡ ଭାଙ୍ଗିଥିଲେ ଅର୍ଥମନ୍ତ୍ରୀ ସୀତାରମଣ । ଆଉ ୨୦୨୦-୨୧ ବଜେଟ୍ ଭାଷଣରେ ନିଜର ରେକର୍ଡ ଭାଙ୍ଗିଛନ୍ତି । ନିର୍ମଳାଙ୍କ ପୂର୍ବରୁ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮ ମସିହାରେ ନିଜର ପଞ୍ଚମ ବଜେଟ୍ ଉପସ୍ଥାପନା ବେଳେ ୧ ଘଣ୍ଟା ୪୯ ମିନିଟର ଅଭିଭାଷଣ ରଖିଥିଲେ । ହେଲେ ଆଜି ଏହି ସମସ୍ତ ରେକର୍ଡକୁ ଅତିକ୍ରମ କରିଯାଇଛନ୍ତି ନିର୍ମଳା ସୀତାରମଣ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/abcd_Thumb.jpg)