ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତବର୍ଷର ଡେଙ୍ଗୁ ମାମଲା ୫,୨୭୭ରେ ପହଞ୍ଚିଛି। ମାତ୍ର ଗୋଟିଏ ସପ୍ତାହରେ ୨୫୦୦ରୁ ଅଧିକ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ୨୦୧୫ ପରେ ତଥା ୬ ବର୍ଷରେ ଦିଲ୍ଲୀରେ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରାଯାଇଛି। ଗତ ସପ୍ତାହରେ ଦିଲ୍ଲୀ ସହରରେ ପ୍ରାୟ ୨,୫୭୦ ମାମଲା ଚିହ୍ନଟ ହୋଇଛି। ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁ ମାମଲା ୧୬ ହଜାର ଥିଲା ଏବଂ ଡେଙ୍ଗୁ ଯୋଗୁଁ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ ପରଠାରୁ ଡେଙ୍ଗୁ ମାମଲା କମିବାରେ ଲାଗିଥିଲା। ୨୦୧୬ରେ ଦିଲ୍ଲୀରେ ୪,୪୩୧ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ ୪,୭୨୬, ୨୦୧୮ରେ ୨,୭୯୮, ୨୦୧୯ରେ ୨,୦୩୬ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିଲା। ତେବେ ୨୦୨୦ରେ ଡେଙ୍ଗୁ ମାମଲା ପ୍ରାୟ ୫୦ ପ୍ରତିଶତ କମିଯାଇଥିଲା। ୨୦୨୦ରେ ୧,୦୭୨ ଡେଙ୍ଗୁ ମାମଲା ରିପୋର୍ଟ କରାଯାଇଥିଲା। ୧୯୯୬ ପରେ ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁ ମାମଲା ସର୍ବାଧିକ ଥିବାବେଳେ ୨୦୧୫ ପରେ ଚଳିତବର୍ଷ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରାଯାଇଛି। ନଭେମ୍ବରର ପ୍ରଥମ ୧୩ ଦିନରେ ଦିଲ୍ଲୀରେ ୩,୭୪୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାବେଳେ ଅକ୍ଟୋବରରେ ୧୧୯୬ ମାମଲା ଚିହ୍ନଟ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp