ପ୍ୟାରିସ୍: ଫ୍ରାନ୍ସରେ ବିଗତ ୨୪ ଘଣ୍ଟାରେ ରେକର୍ଡ ସଂକ୍ରମଣ ଭୟ ବଢ଼ାଇ ଦେଇଛି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଫ୍ରାନ୍ସରେ ୧୦୪,୬୧୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଦେଶରେ ଏବେ ୧୬,୧୬୨ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୨୮୨ ଜଣ ଆଇସିୟୁରେ ଅଛନ୍ତି । ଓମିକ୍ରନ୍ ପ୍ରଜାତି ପାଇଁ ଅଚାନକ ଏଭଳି ସଂକ୍ରମଣ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ତେବେ ଫ୍ରାନ୍ସରେ କୋଭିଡ୍ ମୃତ୍ୟୁ ଯଥେଷ୍ଟ କମ୍ ରହିଛି। ବିଗତ ୨୪ ଘଣ୍ଟାରେ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କୋଭିଡ୍ ମୃତ୍ୟୁ ୧୨୨,୫୪୬ରେ ପହଞ୍ଚିଛି। ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୫୨,୭୧୨,୪୬୨ ଜଣ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି। ଫ୍ରାନ୍ସରେ ୨୦ରୁ ୨୯ ବର୍ଷ ବୟସ ବର୍ଗରେ ଅଧିକାଂଶ ସଂକ୍ରମିତ ହେଉଥିବାରୁ ଯୁବ ଗୋଷ୍ଠୀଙ୍କ ଟିକାକରଣ ପାଇଁ ତତ୍ପରତା ପ୍ରକାଶ ପାଇଛି।
ଫ୍ରାନ୍ସରେ ରେକର୍ଡ ସଂକ୍ରମଣ: ଦିନକରେ ଲକ୍ଷାଧିକ ନୂଆ ମାମଲା ଚିନ୍ତା ବଢ଼ାଇଲା
/sambad/media/post_attachments/wp-content/uploads/2021/12/d54g6a5d4g65da4g65dadg564gd65.jpg)