ନିର୍ବାଚନୀ ଇତିହାସରେ ପ୍ରଥମ : ଲାତୁର୍‌ ଗ୍ରାମାଞ୍ଚଳ ବିଧାନସଭା ଆସନରେ ‘ନୋଟା’ ଦ୍ୱିତୀୟ ସ୍ଥାନରେ ରହି ସାଜିଲା ନିକଟତମ ପ୍ରତିଦ୍ୱନ୍ଦ୍ୱୀ

ମୁମ୍ବାଇ: ସଦ୍ୟ ସମାପ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲାତୁର୍‌ ଗ୍ରାମାଞ୍ଚଳ ବିଧାନସଭା କ୍ଷେତ୍ରରେ ଘଟିଥିବା ଏକ ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦେଶରେ ସର୍ବପ୍ରଥମ ଥର ପାଇଁ ‘ନୋଟା’ (ନନ୍‌ ଅଫ୍‌ ଦି ଏବଭ୍‌/ ଏମାନଙ୍କ ମଧ୍ୟରୁ କେହି ନୁହେଁ) ଜଣେ ବିଜୟୀ ପ୍ରାର୍ଥୀଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୂପେ ଉଭା ହୋଇଛି।

ସଦ୍ୟ ସମାପ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲାତୁର ଗ୍ରାମାଞ୍ଚଳ ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ କନିଷ୍ଠ ପୁତ୍ର ଧୀରଜ ଦେଶମୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧,୦୪,୪୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଧୀରଜ ଦେଶମୁଖ ୧,୩୪,୬୧୫ ଖଣ୍ଡ ଭୋଟ (୬୭.୬୩ ପ୍ରତିଶତ) ପାଇ ନିର୍ବାଚିତ ହୋଇଥିବା ବେଳେ ୨୭,୪୪୯ ଖଣ୍ଡ ଭୋଟ (୧୩.୭୯ ପ୍ରତିଶତ) ପାଇ ‘ନୋଟା’ ରହିଛି ଦ୍ୱିତୀୟ ସ୍ଥାନରେ। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା ଶିବସେନା ପ୍ରାର୍ଥୀ ରାମରାଜେ ଦେଶମୁଖ ପାଇଛନ୍ତି ମାତ୍ର ୧୩,୪୫୯ ଖଣ୍ଡ ଭୋଟ (୬.୭୬ ପ୍ରତିଶତ)। ଯାହାକି ‘ନୋଟା’କୁ ମିଳିଥିବା ଭୋଟର ଅଧା।

ସମ୍ବନ୍ଧିତ ଖବର