ନୂଆଦିଲ୍ଲୀ: ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ଯୋଗୁ କୋଲକାତାରେ ବ୍ୟାପକ ଜଳମଗ୍ନ ହେବା ସହିତ ଯାତାୟାତ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଦୈନନ୍ଦିନ ଜୀବନଯାତ୍ରା ମଧ୍ୟ ବ୍ୟାହତ ହୋଇଥିଲା। ଦୁର୍ଗା ପୂଜା ପାଳନର କିଛି ଦିନ ପୂର୍ବରୁ ପୃଥକ ଘଟଣାରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି।  ଯେଉଁଥିରେ ୭ ଜଣ ବିଦ୍ୟୁତ ଆଘାତରେ ଏବଂ ଦୁଇଜଣ ବୁଡ଼ି ଯିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏହି ବର୍ଷାରେ ବି‌‌ଶେଷ ଭାବେ ରେଳ ଏବଂ ମେଟ୍ରୋ ସେବା ପ୍ରଭାବିତ ହୋଇଛି। କେବଳ ସେତିିକି ନୁହେଁ; ପ୍ରାୟ ୩୦ଟି ବିମାନକୁ ବି ବାତିଲ୍‌ କରାଯାଇଛି। 

Advertisment

ପାଣିପାଗ ବିଭାଗ ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। କୋଲକାତାର ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁ ଗାଙ୍ଗେୟ ପଶ୍ଚିମବଙ୍ଗରେ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିବାର ସମ୍ଭାବନା ଅଛି, ଯାହା ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ।