ନୂଆଦିଲ୍ଲୀ: ମେ ମାସଟି ବର୍ଷର ସର୍ବାଧିକ ଗରମ ମାସଭାବେ ଜଣାଶୁଣା । କିନ୍ତୁ ଏଥର ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଥର ମେ ମାସରେ ରେକର୍ଡ ବର୍ଷା ହୋଇଛି । ଏପରିକି ତାହା ୧୨୪ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ଅନୁଯାୟୀ, ଏଥର ମେ ମାସରେ ୧୨୬.୭ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ୧୯୦୧ ପରଠାରୁ ସର୍ବାଧିକ। ଅର୍ଥାତ୍, ଏହା ଏକ ଐତିହାସିକ ଋତୁକାଳୀନ ପରିବର୍ତ୍ତନ। ଗତ ଶତାବ୍ଦୀ ଆରମ୍ଭ ପରେ ଏବେ ଦେଖିବାକୁ ମିଳିଛି।
ଏହା କେବଳ ବର୍ଷା ନୁହେଁ ବରଂ ପାଗର ମିଜାଜ ଏକ ବଡ଼ ପରିବର୍ତ୍ତନ ଥିଲା। ପୁଣି ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବର୍ଷ ସମୟର ଯଥେଷ୍ଟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ପହଞ୍ଚିଥିଲା । ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଫସଲ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଲୋକମାନେ ମେ ମାସରେ ଛତା ଧରି ଚାଲିବା ଆରମ୍ଭ କରିଥିଲେ, ଯାହା ସାଧାରଣତଃ ଜୁଲାଇ କିମ୍ବା ତା'ପରେ ଘଟେ। ପ୍ରଶ୍ନ ଉଠୁଛି: ଜଳବାୟୁ ଏବେ ସେହି ପୁରୁଣା ଚକ୍ରକୁ ପୁନରାବୃତ୍ତି କରୁଛି କି? ଜଳବାୟୁ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ଭାରତରେ ପାଗ ଆଉ ପୂର୍ବ ପରି ନାହିଁ। ଏହି ପରିବର୍ତ୍ତନ ବିଶ୍ୱ ଉତ୍ତପ୍ତୀକରଣ ଏବଂ ପରିବେଶରେ ହେଉଥିବା ବ୍ୟାପକ ପରିବର୍ତ୍ତନର ଏକ ସୂଚକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/08/koZDiedgIFDUlR9LKIug.jpeg)