ରାଜକୋଟ: ରାଜକୋଟରେ ବୁଧବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ମହିଳା ଦଳ ଏକ ବୃହତ୍ ବିଜୟ ହାସଲ କରିଛି । ଦଳ ୩୦୪ ରନରେ ବିଜୟୀ ହୋଇଛି। ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ କୁ ୩-୦ରେ ଜିତି ନେଇଛି। ଦଳର ରନ୍ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ବିଜୟ। ପୂର୍ବରୁ ୨୦୧୭ରେ ଦଳ ଆୟର୍ଲାଣ୍ଡକୁ ୨୪୯ ରନରେ ପରାସ୍ତ କରିଥିଲା ।
ଏହି ମ୍ୟାଚରେ ଭାରତୀୟ ଦଳ ନିଜର ସବୁଠାରୁ ବଡ ସ୍କୋର କରିଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ରେକର୍ଡ ୪୩୫ ରନ୍ କରିଥିଲା । ତିନି ଦିନ ତଳେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୩୭୦ ରନ୍ କରିଥିଲା।
ମହିଳା ଦିନିକିଆ କ୍ରିକେଟରେ ବି ଏହା ଚତୁର୍ଥ ସର୍ବୋଚ୍ଚ ସ୍କୋର। ସର୍ବୋଚ୍ଚ ସ୍କୋରର ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଛି। କିୱି ଦଳ ୨୦୧୮ରେ ଆୟର୍ଲାଣ୍ଡ ବିପକ୍ଷରେ ୪୯୧ ରନ୍ କରିଥିଲା। ଅନ୍ୟପକ୍ଷରେ ଅଧିନାୟିକା ସ୍ମୃତି ମନ୍ଧାନା ୭୦ ବଲ୍ ରେ ଶତକ ହାସଲ କରିଥିଲେ। ସେ ଭାରତର ଦିନିକିଆରେ ଶତକ ହାସଲ କରିବାରେ ଦ୍ରୁତତମ ମହିଳା କ୍ରିକେଟର ହୋଇଛନ୍ତି। ସ୍ମୃତି ୮୦ ବଲ୍ ରେ ୧୩୫ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/15/X0LUAd815kEwy94eZBkc.jpg)