ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ଏତେ ଲୋକ ଆସୁଛନ୍ତି ଯେ ଚିନ୍ତାରେ ଗୁଜୁରାଟ ସରକାର, କାହିଁକି ଜାଣନ୍ତୁ

ଅହମଦାବାଦ : ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଗତକାଲି ଅର୍ଥାତ ଶନିବାରଦିନ ପ୍ରାୟ ୨୭ ହଜାର ଦର୍ଶକ ଏହାକୁ ବୁଲି ଦେଖିଥିଲେ, ଯାହାକି ମୂର୍ତ୍ତି ଉଦଘାଟନ ହେବାପରଠାରୁ ଏକ ରେକର୍ଡ । ଏହା ଫଳରେ ଗତ ୫ ଦିନରେ (ମଙ୍ଗଳବାରଠାରୁ ଶନିବାର) ପ୍ରାୟ ୭୫ ହଜାର ଦର୍ଶକ ଏହି ମୂର୍ତ୍ତି ଦେଖିସାରିଲେଣି । ଆଜି ରବିବାର ଥିବାରୁ ଦର୍ଶକ ସଂଖ୍ୟା ଗତକାଲିର ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।

ତେବେ ପ୍ରବଳ ଦର୍ଶକ ଆସୁଥିବାରୁ ପରିଚାଳନାରେ କେତେକ ସମସ୍ୟା ଦେଖାଦେଇଛି । ମୃର୍ତ୍ତି ଭିତରେ ଲାଗିଥିବା ଲିଫ୍ଟରେ ଦିନକୁ ପ୍ରାୟ ୫ ହଜାର ଲୋକ ହିଁ ଯାଇପାରିବେ । ସେହିପରି ମୃର୍ତ୍ତି ଭିତରେ ୧୩୫ ମିଟର ଉଚ୍ଚରେ ଥିବା ଗ୍ୟାଲେରୀରେ ଗୋଟିଏ ଥରରେ ମାତ୍ର ୨୦୦ ଦର୍ଶକ ଦେଖିପାରିବେ । ଏଣୁ ଏତେ ଲୋକଙ୍କୁ କିପରି ଦେଖିବାକୁ ସୁଯୋଗ ଦିଆଯିବ ତାହାକୁ ଗୁଜୁରାଟ ସରକାରଙ୍କ ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର