ଭାରତରେ ସୁସ୍ଥତା ହାର ହେଲା ୭୦%, ୨୪ଘଣ୍ଟାରେ ୫୭,୩୮୧ଜଣ ସୁସ୍ଥ

ନୂଆଦିଲ୍ଲୀ: ଆଜି ଦେଶରେ ୨୪ଘଣ୍ଟାରେ ୬୫,୦୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୯୯୬ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥତା ହାତ ୭୦%ରେ ପହଞ୍ଚିଛି। ଆଜି ୨୪ଘଣ୍ଟାରେ ୫୭,୩୮୧ଜଣ ସୁସ୍ଥ ହୋଇଛନ୍ତି। ୫୭,୩୮୧ଜଣ ସୁସ୍ଥ ହେବା ପରେ ଭାରତର ସୁସ୍ଥତା ହାର ୭୦%କୁ ବୃଦ୍ଧି ପାଇଛି ଏବଂ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ନିଶ୍ଚିତ ହେଉଥିବା ଦେଖାଯାଉଛି। ଆଗକୁ ସୁସ୍ଥତା ହାର ଆକ୍ରାନ୍ତଙ୍କ ହାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟିକା ଆସିବା ପରେ ସୁସ୍ଥତା ହାର ଅଧିକ ରହିବ ବୋଲି ଜଣା ପଡ଼ିଛି।

ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ଏବଂ ଘରୋଇ ଆଇ‌‌ସୋଲେସନରୁ ମୁକ୍ତ ହେବା ପ‌ରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ଆଜି ୧୮ ଲକ୍ଷ ମାର୍କ ଅତିକ୍ରମ କରିଛି (୧୮,୦୮,୯୩୬) | ପୁନରୁଦ୍ଧାର ହୋଇଥିବା ରୋଗୀ ଏବଂ ସକ୍ରିୟ କୋଭିଡ୍-୧୯ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇ ୧୧ ଲକ୍ଷ ଅତିକ୍ରମ କରିଛି।

Coronavirus & COVID-19 Overview: Symptoms, Risks, Prevention ...
WebMD

ସୂଚନା ମୁତାବକ, ଅଗଷ୍ଟ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୫,୨୬,୧୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୮୯୩୬ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୯୦୩୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୫,୦୦୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୮୨୨୦ ରହିଛି। ତେବେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଗତକାଲି ୨୪ଘଣ୍ଟାରେ ୬୪,୫୫୩ ଚିହ୍ନଟ ହୋଇଥିଲେ, ହେଲେ ଆଜି ୬୫,୦୦୨ ହୋଇଛନ୍ତି। ଏହା ସହ ୨୪ଘଣ୍ଟାରେ ୯୯୬ଜଣ ମୃତ୍ୟୁବରଣ କରିଛନ୍ତି, ଯାହା ଗତକାଲିର ସଂଖ୍ୟାଠାରୁ କମ ରହିଛି।

ସମ୍ବନ୍ଧିତ ଖବର