ନୂଆଦିଲ୍ଲୀ : ଭାରତୀୟ ସେନା ପକ୍ଷରୁ ସେନାବାହିନୀରେ ନିଯୁକ୍ତି (ଜେନେରାଲ ଡ୍ୟୁଟି, ମହିଳା ମିଲିଟାରି ପୁଲିସ) ପାଇଁ ନୋଟିଫିକେସନ ଜାରି ହୋଇଛି। ଭାରତୀୟ ସେନାରେ ଚାକିରି ପାଇଁ ମହିଳାଙ୍କ ପାଖରେ ବଡ଼ ସୁଯୋଗ ରହିଛି। ମହିଳା ପ୍ରାର୍ଥୀମାନେ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ଦରଖାସ୍ତ କରିପାରିବେ। ପ୍ରାର୍ଥୀମାନଙ୍କର ରେଜିଷ୍ଟ୍ରେସନ ହୋଇଗଲା ପରେ ଏକ କଟ୍ ଅଫ୍ ତାଲିକା ପ୍ରକାଶ ପାଇବ ଏବଂ ପ୍ରାର୍ଥୀମାନଙ୍କୁ ଆଡ୍ମିଟ କାର୍ଡ ପ୍ରଦାନ କରାଯିବ। ବହୁ ସଂଖ୍ୟାରେ ମହିଳା ପ୍ରାର୍ଥୀମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ସେନା ପକ୍ଷରୁ ଆହ୍ବାନ କରାଯାଇଛି।
ଭାରତୀୟ ସେନାରେ ନିଯୁକ୍ତି: ମହିଳା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
/sambad/media/post_attachments/wp-content/uploads/2020/08/women-army.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)