ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ମୁତୟନ ହୋଇଛନ୍ତି ୬ଟି ଏନଡିଆରଏଫ ଟିମ। ଡିସେମ୍ବର ୮ ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଗୁଚାପ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି କହିଛି ପାଣିପାଗ ବିଭାଗ।
WML over southeast BoB at 0830hrs IST of 6th Dec. To concentrate into a Depression over Southeast BoB by 6 Dec https://t.co/sQp1nWKa2q intensify further gradually into CS and reach near north TN-Puducherry & AP coasts by 8 Dec morning. pic.twitter.com/kit7kXNSZp
— India Meteorological Department (@Indiametdept) December 6, 2022
ତାମିଲନାଡୁର ଭିଲୁପୁରମ୍, ଚେଙ୍ଗଲପାଟ୍ଟୁ, କୁଡାଲୋର, କାଞ୍ଚିପୁରମ୍, ଥିରୁଭାଲୁର, ଆରିୟାଲୁର, ପେରାମବାଲୁର, ଚେନ୍ନାଇ, କଲ୍ଲକୁରିଚି, ମାୟିଲାଦଥୁରାଇ, ଥାନଜାଭୁର, ଥିରୁଭରୁର ଏବଂ ନାଗାପାଟ୍ଟିନମ୍ ଭଳି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଡିସେମ୍ବର ୭ରେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ବର୍ଷା ସହିତ ବିଜୁଳି ଓ ଘଡଘଡ଼ି ମାରିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଏକ ବିଜ୍ଞପ୍ତିରେ କହିଛି।
ଅନ୍ୟପକ୍ଷରେ ଡିସେମ୍ବର ୮ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତାମିଲନାଡୁରେ ଏନଡିଆରଏଫର ୬ଟି ଟିମ୍ ମୁତୟନ କରାଯାଇଛି। ଏନଆଇଆରଏଫ୍ ଟିମ୍ ନାଗପାଟ୍ଟିନମ୍, ଥାନଜାଭୁର, ଥିରୁଭରୁର, କୁଡାଲୋର, ମାୟିଲାଦଥୁରାଇ ଏବଂ ଚେନ୍ନାଇରେ ମୁତୟନ ହୋଇଛି ବୋଲି ଜଣାପଡ଼ିଛି।