ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡ ଆଲର୍ଟ, ମେଟ୍ରୋରେ ସୁରକ୍ଷା କଡାକଡି

ମୁମ୍ବାଇ : ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନଜରରେ ରଖି ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡ ଆଲର୍ଟ ଜାରି କରାଯାଇଛି  । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ମୁମ୍ବାଇ ମେଟ୍ରୋ ସମେତ ୧୨ଟି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ବାହାରୁ ଆସୁଥିବା ଗାଡିକୁ କଡ଼ା ଯାଞ୍ଚ କରାଯାଉଛି ।

ସେପଟେ, ଭାରତ ଓ ପାକିସ୍ତାନ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ହାଇଆଲର୍ଟ ଜାରି କରିଛି ପାକ୍ ସରକାର । ଆଜି ଦ୍ୱିତୀୟ ଦିନରେ ପାକିସ୍ତାନ ତାର ସମସ୍ତ ବିମାନ ଉଡାଣ ବନ୍ଦ ରଖିଛି । ସମସ୍ତ ଆନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ ରଦ୍ଦ କରିଛି ପାକିସ୍ତାନ । ସେହିପରି ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରିଛି । ତିନି ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଇମ୍ରାନ ସରକାର । ସମୁଦ୍ର ଉପକୂଳରେ ମଧ୍ୟ ସେନାକୁ ସତର୍କ କରିଛି ପାକିସ୍ତାନ । ପାକିସ୍ତାନକୁ ଘାରିଛି ଭାରତ ଆକ୍ରମଣ କରିବାର ଭୟ ।

ସମ୍ବନ୍ଧିତ ଖବର