ନୂଆଦିଲ୍ଲୀ/ଭୁବନେଶ୍ବର:ବାମପନ୍ଥୀ ଉଗ୍ରବାଦ(ଏଲଡବ୍ଲୁଇ) ଦୀର୍ଘ ଦିନ ଧରି ଭାରତର ସବୁଠାରୁ ସ୍ଥାୟୀ ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ ହୋଇ ରହିଛି। ଓଡ଼ିଶାର ଘନ ଜଙ୍ଗଲ, ପାହାଡ଼ିଆ ଅଞ୍ଚଳରେ ଏହି ସମସ୍ୟା ସାଧାରଣତଃ ସଙ୍କଟ ସୃଷ୍ଟି କରିଥାଏ।
ଗତ ଦଶନ୍ଧି ମଧ୍ୟରେ, ମାଓ ବିଦ୍ରୋହୀଙ୍କୁ ଦମନ କରିବାରେ ପ୍ରଗତି ହୋଇଛି। ସାରା ଭାରତରେ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ପ୍ରଭାବିତ ଜିଲ୍ଲା ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ୨୦୧୦ରେ ଏଭଳି ଜିଲ୍ଲା ସଂଖ୍ୟା ୨୨୩ ଥିବାବେଳେ ୨୦୨୩ରେ ୪୫କୁ ହ୍ରାସ ପାଇଛି। ହିଂସାତ୍ମକ ଘଟଣାରେ ଉଲ୍ଲେଖନୀୟ ହ୍ରାସ ସହିତ ଓଡ଼ିଶାରେ ଏହି ଧାରା ପ୍ରତିଫଳିତ ହୋଇଛି।
ସୁରକ୍ଷା ବାହିନୀର କାର୍ଯ୍ୟ ଏବଂ ବିକାଶ ପଦକ୍ଷେପର ମିଳିତ ରଣନୀତି ବାମପନ୍ଥୀ ଉଗ୍ରବାଦୀଙ୍କ ସହ ଜଡିତ ହିଂସାରେ ୭୭% ହ୍ରାସ ଆଣିଛି। ଉନ୍ନତ ସଡ଼କ ସଂଯୋଗ, ବିସ୍ତାରିତ ମୋବାଇଲ୍ ନେଟୱାର୍କ ଏବଂ ପୂର୍ବରୁ ଅପହଞ୍ଚ ଅଞ୍ଚଳରେ ରାଜ୍ୟର ଅଧିକ ଉପସ୍ଥିତି ଏହି ଅଞ୍ଚଳଗୁଡ଼ିକରେ ଶାସନକୁ ସୁଦୃଢ଼ କରିଛି। ଉନ୍ନତ ସୁରକ୍ଷା ପରିସ୍ଥିତି ବିଶେଷକରି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗଭୀର ସାମାଜିକ-ଆର୍ଥିକ ଏବଂ ରାଜନୈତିକ ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଅନେକ ଆଦିବାସୀ ଜନସଂଖ୍ୟା ଦାରିଦ୍ର୍ୟ, ବିସ୍ଥାପନ, ଭୂମି ବିଚ୍ଛିନ୍ନତା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତିର ଅଭାବର ସମ୍ମୁଖୀନ ହୋଇଥିଲେ। ମାତ୍ର ସରକାର ଏକ ଦ୍ୱିମୁଖୀ ରଣନୀତି ଅନୁସରଣ କରିଛନ୍ତି।
/filters:format(webp)/sambad/media/media_files/2025/09/06/red-army-towards-society-2025-09-06-16-52-47.jpg)
ବିକାଶ ଯୋଜନା ସହିତ ଦୃଢ଼ ସୁରକ୍ଷା ପଦକ୍ଷେପକୁ ମିଶ୍ରଣ କରାଯାଇଛି। ସୁରକ୍ଷା ବାହିନୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକ୍ଷମ ଏବଂ ନେତୃତ୍ୱ ସଂଗଠନକୁ ଭାଙ୍ଗିବା ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ ସଂଗଠନ ଛାଡୁଥିବା ସଦସ୍ୟଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇ ସରକାରଙ୍କ ଯୋଜନା ଅନୁସାରେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି।
ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଭିତ୍ତିଭୂମି, କଲ୍ୟାଣକାରୀ ଯୋଜନା ଏବଂ ଆର୍ଥିକ ସୁଯୋଗ ଆଣିବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରା ଯାଉଛି। ଯଦିଓ ଏହି ପ୍ରୟାସଗୁଡ଼ିକ ସ୍ପଷ୍ଟ ଫଳାଫଳ ଆଣିଛି।
ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ପଥହୁଡ଼ା ଲାଲ ବାହିନୀଙ୍କୁ ସମାଜ ପ୍ରତି ଆକର୍ଷିତ କରୁଛି। ଫଳରେ ଲଗାତାର ସେମାନେ ସମାଜ ମୁହାଁ ହେବାରେ ଲାଗିଛନ୍ତି।
/filters:format(webp)/sambad/media/media_files/2025/09/06/red-army-towards-society-2025-09-06-16-55-08.jpg)
ଇତି ମଧ୍ୟରେ ମାଓ ବିରୋଧୀ ଅଭିଯାନ ଜୋରଦାର ହେବା ସହିତ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଧଧୀରେଧୀରେ ସାମିଲ ହେଉଥିବା ମାଓବାଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୦ ରୁ ୭ କୁ ହ୍ରାସ ପାଇଛି। ରାଜ୍ୟ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଦେଶ ହାସଲ କରିବା କେନ୍ଦ୍ରର ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି।
କିଛି ବର୍ଷ ପୂର୍ବେ ମାଓବାଦୀଙ୍କ ପ୍ରଭାବ ଓଡ଼ିଶା ୨୧ ଜିଲ୍ଲାରେ ବିସ୍ତାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ମାଓ ପ୍ରଭାବିତ ଜିଲ୍ଲାର ସଂଖ୍ୟା ୧୦କୁ ହ୍ରାସ ପାଇଥିଲା। ବର୍ତ୍ତମାନ,ଏହି ସଂଖ୍ୟା ସାତକୁ ହ୍ରାସ ପାଇଛି।
ଓଡ଼ିଶା ପୁଲିସ ସୂତ୍ରରୁ ଜଣାପଡିଛି ଯେ, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୁଆପଡା, ବଲାଙ୍ଗୀର ଏବଂ ବରଗଡ ଆନୁଷ୍ଠାନିକ ଭାବରେ ଏଲଡବ୍ଲୁଇ ପ୍ରଭାବିତ ତାଲିକାଭୁକ୍ତ ହୋଇଥିବାବେଳେ ତିନୋଟି ଜିଲ୍ଲା କୋରାପୁଟ, ରାୟଗଡା ଏବଂ ନବରଙ୍ଗପୁରରେ ଗତ ତିନି ବର୍ଷ ମଧ୍ୟରେ ନକ୍ସଲ ସମ୍ବନ୍ଧୀୟ କୌଣସି ଘଟଣା ଘଟି ନାହିଁ।
/filters:format(webp)/sambad/media/media_files/2025/09/06/red-army-towards-society-2025-09-06-16-55-33.jpg)
ଯେହେତୁ କୋରାପୁଟ, ରାୟଗଡ଼ା ଏବଂ ନବରଙ୍ଗପୁରରେ ଦୀର୍ଘ ସମୟ ଧରି କୌଣସି ମାଓ ଗତିବିଧି ରିପୋର୍ଟ ହୋଇନାହିଁ। ତେଣୁ ଓଡ଼ିଶା ପୁଲିସ ଅନୁସାରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୭କୁ ହ୍ରାସ ପାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ମାଓବାଦୀମାନଙ୍କୁ ହିଂସା ପରିତ୍ୟାଗ କରିବାକୁ ବିଭିନ୍ନ ସମୟରେ ଅନୁରୋଧ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାର ସୂଚନା ଦେଇଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୦୦-୧୨୦ ସକ୍ରିୟ ମାଓବାଦୀ କାର୍ଯ୍ୟ କରୁଛନ୍ତି। ସରକାରୀ ରେକର୍ଡ ଅନୁଯାୟୀ ଗତ ଦଶନ୍ଧି ମଧ୍ୟରେ ସୁରକ୍ଷା ବାହିନୀ ରାଜ୍ୟରେ ୧୧୮ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି।
Naxal