ଲାଲକିଲ୍ଲାର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ: ଅତିଥିମାନଙ୍କୁ ଉପହାର ଦିଆଯିବ ଓଡ଼ିଶା ଆଦିବାସୀଙ୍କ ହାତପଙ୍ଖା

ନୂଆଦିଲ୍ଲୀ : ଆଜି ଦେଶ ପାଳିବ ୭୫ତମ ସ୍ବାଧୀନତା ଦିବସ। ଏହି କ୍ରମରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ବିଶିଷ୍ଟ ବ୍ୟକ୍ତି ଓ ଅତିଥିମାନଙ୍କୁ ଓଡ଼ିଶା ସମେତ ୬ଟି ରାଜ୍ୟର ଆଦିବାସୀ ହସ୍ତଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ ହାତପଙ୍ଖା ଉପହାର ଦିଆଯିବ। ଜୈବିକ ତଥା ପରିବେଶ ଅନୁକୂଳ ସାମଗ୍ରୀ ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି। ଟ୍ରାଇଫେଡ୍‌ ଓ ପ୍ରତିରକ୍ଷା ମନ୍ତ୍ରାଳୟର ସହଯୋଗରେ ଏହାକୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର