ଗିରଫ ପରେ ୭ଦିନ ପାଇଁ ପୁଲିସ ହେପାଜତକୁ ଗଲେ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଗତକାଲି ରାତି ୧୦.୪୦ରେ ସାଧାରଣତନ୍ତ୍ର ଦିବସରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ କିଲାରେ ପ୍ରବେଶ ଲାଗି ଉସୁକାଇଥିବାରୁୁ ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଦିଲ୍ଲୀ ପୁଲିସ ୧୦ଦିନ ହେପାଜତରେ ନେବାକୁ ଆବେଦନ କରିଥିଲା। ଆବେଦନ ଉପରେ ଶୁଣାଣି କରି ଏବେ ଦିଲ୍ଲୀ କୋର୍ଟ ଦୀପ ସିଦ୍ଧୁଙ୍କୁ ୭ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଦୀପ ସିଦ୍ଧୁଙ୍କୁ ଦିଲ୍ଲୀରେ ଜାନୁଆରି ୨୬ରେ ହୋଇଥିବା ହିଂସା ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ, ‘ମୁଁ ଭାବୁକ ହୋଇ ଚାଷୀଙ୍କ ସହିତ ଯୋଡ଼ି ହୋଇଯାଇଥିଲି। ମୋର କୌଣସି କୋଠରପନ୍ଥୀଙ୍କ ସହ ସମ୍ପର୍କ ନାହିଁ। କିନ୍ତୁ ମୁଁ ଭଙ୍ଗାରୁଜ୍ଜା ବିଚାରଧାରକୁ ବିଶ୍ବାସ କରେ। ଲକଡାଉନ ସମୟରେ ଓ ପରେ ମୋତେ କୌଣସି କାମ ମିଳି ନଥିଲା। ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଆନ୍ଦୋଳନ ପଞ୍ଜାବରେ ଆରମ୍ଭ ହୋଇଥିଲା ମୁଁ ଏଥିପ୍ରତି ଆକର୍ଷିତ ହୋଇଯାଇଥିଲି। ନଭେମ୍ବର ୨୮ ତାରିଖରେ ଚାଷୀମାନଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲି।

Image result for Deep Sidhu
News18

ସାଧାରଣତନ୍ତ୍ର ଦିବସ ପ୍ୟାରେଡର କିଛିଦିନ ପୂର୍ବରୁ ମୁଁ ନିଜର ସମର୍ଥକ ସହିତ ନିଶ୍ଚିତ କରିଥିବା ରାସ୍ତାରେ ଭାଙ୍ଗାରୁଜା କରିବାକୁ ସ୍ଥିର କରିଥିଲି। ଏହି ସମୟରେ ଭଲିଣ୍ଟରମାନଙ୍କ ଜ୍ୟାକେଟ ଚୋରି କରିବାକୁ ବି ସମର୍ଥକମାନଙ୍କୁ କହିଥିଲି।’

କେବଳ ଏତିକି ନୁହେଁ ଦୀପ ସିଦ୍ଧୁ ପ୍ରଥମରୁ ହିଁ ଯୋଜନା କରିଥିଲେ କି ଲାଲ କିଲା ସମେତ ଯଦି ସମ୍ଭବ ହୁଏ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପହଞ୍ଚିବେ। ଯାଞ୍ଚ ସମୟରେ ଜଣାପଡ଼ିଛି କି ଫେରାର ଥିବା ଜୁଗରାଜ ସିଂହଙ୍କୁ ସ୍ବତନ୍ତ୍ର ଭାବେ ଧାର୍ମିକ ପତାକା ଉଡ଼ାଇବାକୁ ଅଣାଯାଇଥିଲା। ଜୁଗରାଜ ପ୍ରାୟତଃ ଗୁରୁଦ୍ବାରରେ ପତାକା ଉଡ଼ାଇବା କାମ କରିଥାଏ

ସମ୍ବନ୍ଧିତ ଖବର