ବିପୁଳ ଭୋଟରେ ଜିତିଲେ ରେଡ୍ଡି ବ୍ରଦର୍ସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ହିଁ ଚର୍ଚ୍ଚାରେ ଥିବା ଖଣି ଦୁର୍ନୀତି ଅଭିଯୁକ୍ତ ରେଡ୍ଡି ବ୍ରଦର୍ସ ଆଜି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଖଣି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜନାର୍ଦ୍ଦନ ରେଡ୍ଡିଙ୍କ ଦୁଇ ଭାଇ କରୁଣାକର ଓ ସୋମଶେଖରଙ୍କ ବିଜୟ ସମସ୍ତଙ୍କୁ ଚକିତ କରିଦେଇଛି। ୨୦୧୨ ମସିହାରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଜେପି ପ୍ରାର୍ଥୀ ସୋମଶେଖର ବେଲାରି ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ସେ ୧୬,୧୫୫ ଅଧିକ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ସେହିଭଳି ହରପାନ୍ନାହଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଲଢିଥିବା ବିଜେପି ପ୍ରାର୍ଥୀ କରୁଣାକର ରେଡ୍ଡି ୬୭,୬୦୩ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସର ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥୀ ଏନ୍‌ଏ ହରିଶ ଶାନ୍ତି ନଗର ଆସନରୁ ୬୦, ୦୦୯ ଭୋଟରେ ବିଜୟୀ ହୋଇଛନ୍ତି। ଜଣେ ସିବିଆଇ ଅଧିକାରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଥିବା ପୂର୍ବତନ କଂଗ୍ରେସ ମନ୍ତ୍ରୀ କେ.ଜେ.ଜର୍ଜ ସର୍ବଗ୍ନାନଗର ନିର୍ବାଚନ ମଣ୍ଡଳୀରୁ ୪୯,୮୩୫ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି।

ସମ୍ବନ୍ଧିତ ଖବର