ରେଣୁକାଙ୍କୁ ଭେଙ୍କିଆଙ୍କ ଉପଦେଶ: ନିଜ ଓଜନ କମାନ୍ତୁ, ଦଳ ଓଜନ ବଢ଼ାନ୍ତୁ

ନୂଆଦିଲ୍ଲୀ: ବୁଧବାର ଦିନ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ବିଦାୟକାଳୀନ ସମ୍ବର୍ନ୍ଧନା ସମୟରେ ରାଜ୍ୟସଭାର ସକାଳ ବେଳାର ପୂର୍ଣ୍ଣ ଅଧିବେଶନରେ ଘଟିଥିଲା କିଛି ଥଟାମଜା।

କିନ୍ତୁ ସେ ସବୁ ମଧ୍ୟରୁ ଗୋଟିଏ କଥାରେ ସଦସ୍ୟମାନେ ଖୁବ୍‌ ଜୋର୍‌ରେ ହସି ଉଠିଥିଲେ। ତାହା ହେଲା କଂଗ୍ରେସ ସଦସ୍ୟା ରେଣୁକା ଚୌଧୁରୀଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କ ପରାମର୍ଶ। ନାଇଡୁ ତାଙ୍କୁ କହିଲେ: ନିଜ ଓଜନ କମାଇ ଦଳର ଓଜନ ବଢ଼ାଇବାକୁ ଉଦ୍ୟମ କରନ୍ତୁ।
ଚୌଧୁରୀ ନିଜ ବିଦାୟୀ ସମ୍ଭାଷଣରେ ସ୍ପଷ୍ଟ ଭାବରେ କହିଲେ: ପୂର୍ବରୁ ସେ (ନାଇଡୁ) ମୋତେ ମୋ ଓଜନରୁ ଜାଣିଛନ୍ତି। ସାର୍‌, ଅନେକ ଲୋକ ମୋ ଓଜନ ପାଇଁ ଚିନ୍ତିତ କିନ୍ତୁ, ଅନ୍ୟମାନେ କ’ଣ କରିବେ ତାହା ଆପଣ କହିବା ଆବଶ୍ୟକ।

ଏ କଥା ଶୁଣି ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ରସହ୍ୟ କରି କହିଲେ: ମୋର ସରଳ ପ୍ରଶ୍ନ ହେଲା, ନିଜ ଓଜନ କମାନ୍ତୁ ଏବଂ ଦଳ ଓଜନ ବଢ଼ାଇବାକୁ ଉଦ୍ୟମ କରନ୍ତୁ।

ନାଇଡୁଙ୍କର ତ୍ୱରିତ ଉତ୍ତର ଶୁଣି ସାଂସଦମାନେ ଉଚ୍ଚ ସ୍ୱରରେ ହସି ଉଠିଥିଲେ।

ସମ୍ବନ୍ଧିତ ଖବର