ଚଣ୍ଡିଗଡ଼: ମାର୍ଚ୍ଚ ୧୬ରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ବେଳେ ଏହା ପୂର୍ବରୁ ସେ ସମସ୍ତ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଗୱନ୍ତ ମାନ ପ୍ରାୟ ୧୨୨ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଭଗୱନ୍ତଙ୍କ ଏହି ନିଷ୍ପତ୍ତି ପରେ ୨୭ଟି ପୁଲିସ ଗାଡ଼ି ଓ ୪୦୩ ପୁଲିସ କର୍ମୀ ଷ୍ଟେସନ ଫେରିଛନ୍ତି ବୋଲି କହିଛନ୍ତି ଭଗୱନ୍ତ ମାନ୍।

Advertisment

Image AAP Punjab

ପଞ୍ଜାବ ବିଧାନସଭା ନିର୍ବାଚନରେ ବ୍ୟାପକ ବିଜୟ ପରେ ଆପ୍ ପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ଦଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ମୁଖ ଭଗୱନ୍ତ ମାନ୍ ଆଜି ଅମୃତସରରେ ଏକ ରୋଡ୍ ସୋ’ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା ଲୋକଙ୍କ ସମ୍ବୋଧିତ କରି ଭଗୱନ୍ତ ମାନ୍ କହିଥିଲେ ଯେ, ୧୨୨ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର ପରେ ୨୭ଟି ପୁଲିସ ଗାଡ଼ି ଓ ୪୦୩ ପୁଲିସ କର୍ମୀ ଷ୍ଟେସନ ଫେରିଛନ୍ତି। ଏବେ କୌଣସି ସରକାରୀ ଅଫିସରେ ମୋ ଫଟୋ ପରିବର୍ତ୍ତେ ସହିଦ ଭଗତ ସିଂହଓ ବାବାସାହେବ ଆମ୍ବେଦକରଙ୍କ ଫଟୋ ରହିବ।

Image AAP Punjab

ଅନ୍ୟପକ୍ଷରେ ଆପ୍ ପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ମୋର ସାନଭାଇ ଭଗୱନ୍ତ ମାନ୍ ଜଣେ ସଚ୍ଚୋଟ ବ୍ୟକ୍ତି। ପଞ୍ଜାବର ଲୁଟ୍ ବନ୍ଦ ହେବ। ଯଦି ବର୍ତ୍ତମାନ ଜଣେ ବିଧାୟକ କିମ୍ବା ମନ୍ତ୍ରୀ ଏହା କରନ୍ତି, ତେବେ ସେମାନଙ୍କୁ ଜେଲକୁ ପଠାଯିବ। ସରକାରୀ ଟଙ୍କା ପଞ୍ଜାବରେ ଖର୍ଚ୍ଚ ହେବ। ଆମେ ଆମର ସମସ୍ତ ପ୍ରତିଜ୍ଞା ପୂରଣ କରିବୁ, କିଛି ସମୟ ଲାଗିବ, କିଛି ତୁରନ୍ତ କରାଯିବ।