ନୂଆଦିଲ୍ଲୀ: ୬ ରାଜ୍ୟରେ ୭ ବିଧାନସଭା ଉପନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ‌ଶେଷ ହୋଇଛି। ଓଡ଼ିଶାର ଧାମନଗର, ବିହାରର ମୋକମା ଏବଂ ଗୋପାଳଗଂଜ, ମହରାଷ୍ଟ୍ରର ଅନ୍ଧେରି (ପୂର୍ବ) , ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ଶେଷ ହୋଇଛି। ନିର୍ବାଚନ କମିସନ୍‌ (ଇସି) ତଥ୍ୟ ଅନୁଯାୟୀ ବିହାରର ଗୋପାଳଗଂଜରେ ୪୮.୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋକମାରେ ୫୨.୪୭ ପ୍ରତିଶତ, ହରିୟାଣାର ଆଦମପୁରରେ ୭୫.୨୫ ପ୍ରତିଶତ, ଗୋଲା ଗୋକରନ୍ନାଥରେ ୫୫.୬୮ ପ୍ରତିଶତ ଏବଂ ମୁନୁଗୋଡ଼ରେ ୭୭.୫୫ ପ୍ରତିଶତ ମତଦାନ ହୋଇଛି।

Advertisment

ବିହାରରେ ୨ଟି ଯାକ ଆସନରେ ବିଜେପି ଏବଂ ଆର୍‌ଜେଡି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ହରିୟାଣାରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି କଂଗ୍ରେସ, ଆଇଏନଏଲଡି ଏବଂ ଆପ୍‌। ତେଲେଙ୍ଗାନାରେ ଟିଆରଏସ୍‌-ବିଜେପି ଏବଂ ୟୁପିରେ ସପା ଏବଂ ବିଜେପି ମଧ୍ୟରେ ଲଢ଼େଇ ହେଉଛି। ବିଜେପି ଏବଂ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଏକ ଅଗ୍ନି ପରୀକ୍ଷା।