ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର

ଓପନ ଆକ୍‌ସେସ୍ ନିୟମ - ୨୦୨୨ ବିଜ୍ଞପିତ

ନୂଆଦିଲ୍ଲୀ : ଆମର ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍‌ସେସ୍ ନିୟମ – ୨୦୨୨କୁ ସୋମବାର ବିଜ୍ଞପିତ କରାଯାଇଛି। ଶକ୍ତି ଉତ୍ପାଦନ, କ୍ରୟ, ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି। ଗ୍ରୀନ ଓପନ ଆକ୍‌ସେସ୍ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆର୍‌ଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକ୍‌ସେସ୍ ଜରିଆରେ ଶକ୍ତି ପାଇପାରିବେ। ଡିସ୍‌କମ୍ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ।

ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା – ସମସ୍ତଙ୍କୁ ସବୁଜ ଶକ୍ତି ଉପଲବ୍ଧତା ନିୟମ ଅନୁସାରେ ସବୁଜ ଶକ୍ତି ନେଣଦେଣ ସୀମା ଏକ ମେଗାୱାଟ୍‌ରୁ ୧୦୦ କିଲୋୱାଟ୍‌କୁ ହ୍ରାସ କରାଯାଇଛି। ଏହା ଫଳରେ କ୍ଷୁଦ୍ର ଗ୍ରାହକମାନେ ମଧ୍ୟ ଅକ୍ଷୟ ଶକ୍ତି କ୍ରୟ କରିପାରିବେ। ଖୋଲା ପ୍ରବେଶ ସୁବିଧା ଜରିଆରେ ଖାଉଟିମାନଙ୍କଠାରୁ ଅସୁଲ ହେବାକୁ ଥିବା ଦେୟରେ ସରବରାହ, ଚକ୍ରୀୟ ଦେୟ, କ୍ରୟ ରିହାତି ସରଚାର୍ଜ ଇତ୍ୟାଦି ଫଳରେ ଭାରତରେ ଖୋଲା ପ୍ରବେଶ ସୁବିଧା ନେଇଥିବା ବିଧାବିଘ୍ନମାନ ମଧ୍ୟ ଦୂର ହେବ। ଖୋଲା ପ୍ରବେଶ ସୁବିଧା ଆବେଦନର ସ୍ୱଚ୍ଛତା ରଖି ୧୫ଦିନ ମଧ୍ୟରେ ଅନୁମୋଦନ ନ ହେଲେ ଏହା ଅନୁମୋଦିତ ହେଲା ବୋଲି ଧରାଯିବ। ଏହା ଜାତୀୟ ପୋର୍ଟାଲ ଜରିଆରେ ହେବ। ସବୁଜ ଶକ୍ତି ଶୁଳ୍କ ନିର୍ଦ୍ଧାରଣ-ଶୁଳ୍କ ପୃଥକ୍‌ଭାବେ ଉପଯୁକ୍ତ ଆୟୋଗଙ୍କ ଦ୍ୱାରା ହାରାହାରି ଅକ୍ଷୟ ଶକ୍ତି କ୍ରୟକୁ ଭିତ୍ତିକରି କରାଯିବ। ଏହି ନିୟମ ଯୋଗୁ ସମୟାନୁବର୍ତ୍ତିକ ଅନୁମୋଦନ କରାଯିବ। ବଳକା ସବୁଜ ଶକ୍ତି ପରିବଣ୍ଟନ ଦାୟିତ୍ବ ଅନୁମତିପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ। ଏକକ ଅକ୍ଷୟ ଶକ୍ତି କ୍ରୟ ପାଇଁ ଆନୁଗତ୍ୟ ରହିବା ସହ ଏଥିରେ ସବୁଜ ଉଦଜାନ ଓ ସବୁଜ ଆମୋନିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ। ସବୁଜ ଶକ୍ତି ବ୍ୟବହାରକାରୀ ଖାଉଟିମାନେ ସବୁଜ ପ୍ରମାଣପତ୍ର ମଧ୍ୟ ପାଇବେ। ଗ୍ରୀନ ଉଦଜାନ ଓ ଗ୍ରୀନ ଆମୋନିଆ ଉତ୍ପାଦନ ନିମନ୍ତେ ସବୁଜ ଶକ୍ତି ଉପଯୋଗ ହେଲେ କ୍ରୟ ରିହାତି ସରଚାର୍ଜ ଓ ଅତିରିକ୍ତ ସରଚାର୍ଜ ଲାଗୁ ହେବ ନାହିଁ।

ସମ୍ବନ୍ଧିତ ଖବର