ମୁରୈନା : ଏଭଳି ଘଟଣା ଆପଣମାନଙ୍କ ସହ ନିଶ୍ଚୟ ଘଟିଥିବ । କେବେ ଟଙ୍କିକିଆ ତ କେବେ ୧୦ଟଙ୍କିଆ କଏନ୍ ନେବା ପାଇଁ ଦୋକାନୀ ବା ଅଟୋବାଲା ମନା କରି ଦେଇଥାନ୍ତି । ଚଳୁନି ବୋଲି କହି ସେମାନେ ଆପଣଙ୍କଠାରୁ ସେ ଟଙ୍କା ନିଅନ୍ତି ନାହିଁ । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ମୁରୈନାରେ । ଯେଉଁଠି ଜଣେ ଦୋକାନୀଙ୍କୁ ୧୦ଟଙ୍କିଆ କଏନ୍ ନେବାକୁ ମନା କରିବା ଭାରୀ ପଡ଼ିଛିି । ଜିନିଷ କିଣିବାକୁ ଯାଇଥିବା ବେଳେ ଦୋକାନୀଙ୍କୁ ଗରାଖ ୧୦ଟଙ୍କିଆ କଏନ୍ ଦେବା ପରେ ସେ ଏହାକୁ ନେବା ପାଇଁ ମନା କରି ଦେଇଥିଲେ । ଏହା ଜାଣି ଗ୍ରାହକ ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଏହି ମାମଲା ଉପରେ ଶୁଣାଣି କରି ଅଦାଲତ ଦୋକାନୀଙ୍କୁ ୨୦୦ଟଙ୍କା ଜରିମାନା ଦେବାକୁ କହିଥିବା ଜଣାପଡ଼ିଛି ।
oneindia.comସୂଚନା ମୁତାବକ, ଆକାଶ ନାମକ ଜଣେ ଯୁବକ ଏକ ରୁମାଲ କିଣିବା ପାଇଁ ପାରସ ଏମ୍ପୋରିୟମ ନାମକ ଏକ ଦୋକାନକୁ ଯାଇଥିଲା । ରୁମାଲ କିଣିବା ପରେ ସେ ଦୁଇଟି ୧୦ଟଙ୍କିଆ କଏନ୍ ଦେବା ପରେ ଦୋକାନୀ ଅରୁଣ ଜୈନ ଏ କଏନ୍ ଆଉ ଚଳୁ ନାହିଁ ବୋଲି କହିଥିଲେ । ଯାହା ପରେ ଆକାଶ ପୁଲିସରେ ଅଭିଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/10rupee-21-1479674402-1533113995.jpg)