କେବିସି ପୁଣି ଆଣିଲା ମାଲାମାଲ୍‌ ଅଫର୍‌! ଏମିତି କରନ୍ତୁ ରେଜିଷ୍ଟର୍‌!

ଖୁସିଖବର୍‌! ଛୋଟ ପରଦାରେ ସଭିଙ୍କୁ ମାଲାମାଲ୍‌ କରୁଥିବା ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡ଼୍‍ପତି’ର ସିଜିନ୍‌ ୧୦ ପୁଣି ଥରେ ଦର୍ଶକଙ୍କ ଲାଗି ପରଦାକୁ ଆସିବାକୁ ଯାଉଛି।

ସୂଚନା ଅନୁଯାୟୀ, ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ’ ‘କୌନ୍‌ ବନେଗା କରୋଡ଼୍‍ପତି’ର ସିଜିନ୍‌ -୧୦ ଲାଗି ରେଜିଷ୍ଟ୍ରେସନ୍‌ ଜୁନ୍‌ ୨୦୧୮ରେ ଆରମ୍ଭ ହେବାକୁ ଯାଉଥିବାବେଳେ,ଏହି ସୋ’ରେ ଭାଗ ନେବାକୁ ହେଲେ ଆପଣଙ୍କୁ ପ୍ରଥମେ କେବିସି ମୋବାଇଲ୍‌ ଆପ୍‌କୁ ଡ଼ାଉନ୍‌ଲୋଡ଼୍‍ କରି ନିଜ ନାମରେ ରେଜିଷ୍ଟର୍‌ କରିବାକୁ ହେବ।ଏତଦ୍‌ବ୍ୟତୀତ େଓ୍ଵବ୍‌ସାଇଟ୍‌ https://kbcliv.in/online-registration/ ମାଧ୍ୟମରେ ବି ଆପଣ ଏହି ସୋ’ ସହିତ ଜଡ଼ିତ ହୋଇପାରିବେ!ତେବେ ଏ ନେଇ ସର୍ବପ୍ରଥମେ ଆପଣଙ୍କୁ ଏକ ଫର୍ମକୁ ପୂରଣ କରିବାକୁ ହେବ। ଏହାପରେ ଆପଣଙ୍କୁ ଫୋନ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ଆଗକୁ ରହିଥିବା ସମସ୍ତ ସୂଚନାକୁ ଯୋଗାଇ ଦିଆଯିବ। ଏହାସହିତ ଥରଟିଏ ରେଜିଷ୍ଟର୍‌ ପରେ ମଧ୍ୟ ଆପଣଙ୍କୁ ଟିଭି ଜରିଆରେ କେତେକ ପ୍ରଶ୍ନ ପଚରାଯିବ। ଏହାପରେ ଏହି ସୋ’ ସହିତ ଜଡ଼ିତ ଟିମ୍‌ ଆପଣଙ୍କ ପାଠକୁ କନ୍‌ଫର୍‌ମେସନ୍‌ ମେସେଜ୍‌ ପଠାଇବେ। ଏହାପରେ ଅଡ଼ିସନ୍‌ କରାଯିବା ସହ ଆପଣଙ୍କର ଭିଡ଼ିଓ ଟେଷ୍ଟ୍‍ ବି କରାଯିବ। ଏଥିରେ ସଫଳ ହେଲା ପରେ ହିଁ ଯାଇ ଆପଣଙ୍କୁ କେବିସି -୧୦ ସିଜିନ୍‌ ଲାଗି ଖେଳିବାର ସୁଯୋଗ ମିଳିବ। ସୂଚନା ମୁତାବକ୍‌ ହାରାହାରି ଦେଶର ସମସ୍ତ ମେଟ୍ରୋ ସିଟିରେ ଏ ନେଇ ଅଡ଼ିସନ୍‌ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି।

ହେଲେ ଯଦି ଆପଣ ଏହି ସୋପାନ ପର୍ଯ୍ୟନ୍ତ ଯାଇ ପାରନ୍ତିି ତ ତେବେ ମଧ୍ୟ ଆପଣଙ୍କୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ଏହା ଏଥିପାଇଁ କୁହାଯାଉଛି କାରଣ ରିଲାଏନ୍ସେ ଜିଓର ଚାଟ୍‌ ଆପ୍‌ ‘କେବିସି ପ୍ଲେ ଲଗ୍‌ ଇନ୍‌’କରି ଏହା ସାହାଯ୍ୟରେ ୟୁଜର୍ସମାନେ ମଧ୍ୟ ଏହାକୁ ଖେଳିପାରିବେ। ତେଣୁ ଏ ନେଇ ୟୁଜର୍ସଙ୍କୁ କେବଳ ‘ଜିଓ ଚାଟ୍‌ ଆପ୍‌’ କୁ ସେମାନଙ୍କ ପ୍ଲେ ଷ୍ଟୋର୍‌ ରୁ ଡ଼ାଉନ୍‌ଲୋଡ଼୍‍ କରିବାକୁ ପଡ଼ିବ । ଏଥିସହିତ ଏହି ଆପ୍ଲିକେସନ୍‌କୁ ଡ଼ାଉନ୍‌ଲୋଡ଼୍‍ କରିବାକୁ ହେଲେ ଆପଣଙ୍କୁୁ କେବଳ ନିଜ ନାମ, ଜନ୍ମ ତାରିଖ ଏବଂ ଫଟୋ ଦେବାକୁ ହେବ।

ସମ୍ବନ୍ଧିତ ଖବର