ଆରମ୍ଭ ହେଲା ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଂଜୀକରଣ

ଶ୍ରୀନଗର : କରୋନାର ୨ୟ ଲହରୀ ଆଶଙ୍କା ମଧ୍ୟରେ ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଂଜୀକରଣ ଆରମ୍ଭ ହୋଇଛି । ଏହି ୫୬ ଦିନିଆ ଯାତ୍ରା ଜୁନ ୨୮ରେ ଆରମ୍ଭ ହେବ ଓ ଅଗଷ୍ଟ ୨୨ରେ ସମାପ୍ତ ହେବ ।

ଏଥର ଅମରନାଥକୁ ଯିବା ପାଇଁ ଦୁଇଟି ରୁଟ୍ ସ୍ଥିର କରାଯାଇଛି । ଶ୍ରଦ୍ଧାଳୁମାନେ ବାଲଟାଲ ଓ ପହଲଗାମ ଦେଇ ଦୁଇଟି ରାସ୍ତାରେ ଅମରନାଥ ଯାଇପାରିବେ । ଅମରନାଥ ଯାତ୍ରା କରିବାକୁ ଇଚ୍ଚୁକ ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ ୟେସ ବ୍ୟାଙ୍କର ୪୦ଟି ବ୍ରାଞ୍ଚରେ ପଞ୍ଜିକରଣ କରିପାରିବେ ।  ଏ ବର୍ଷ ୧୩ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ବୟସର ଲୋକ ଓ ଗର୍ଭବତୀ ମହିଳାମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି ଅମରନାଥ ସ୍ରାଇନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଥିଲା । ଏବର୍ଷ ପୁଣି ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଓ ସ୍ରାଇନ ବୋର୍ଡ ନଜର ରଖିଛି ।

ଏହି ଯାତ୍ରା ପାଇଁ ସବୁ ପ୍ରକାରର କରୋନା କଟକଣା ଓ ନିୟମାବଳୀ ପାଳନ କରାଯିବ ।

ସମ୍ବନ୍ଧିତ ଖବର