ନୂଆଦିଲ୍ଲୀ: ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ଆଜି ଠାରୁ ‘କୋୱିନ୍‌ ପୋର୍ଟାଲ୍‌’ରେ କୋଭିଡ୍‌-୧୯ ନିରୋଧୀ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେଉଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନମସୁଖ ମଣ୍ଡାଭୀୟ କହିଛନ୍ତି।

Advertisment

ଏଥିପାଇଁ ଆପଣା ପରିବାରରେ ଥିବା ଯୋଗ୍ୟ ପିଲାଙ୍କୁ ପଞ୍ଜିକୃତ କରିବା ଲାଗି ଟୁଇଟ୍‌ କରି ସ୍ବାସ୍ଥ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ହିନ୍ଦୀ ଭାଷାରେ ଟୁଇଟ୍‌ କରି ସେ ଲେଖିଛନ୍ତି: ପିଲାଏ ସୁରକ୍ଷିତ ଥିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ। ନବବର୍ଷ ଅବସରରେ ଆଜି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍‌ ପୋର୍ଟାଲ୍‌‌’ରେ ପଞ୍ଜିକରଣ ଆରମ୍ଭ କରାଯାଉଛି।

ଜନସାଧାରଣଙ୍କୁ ମୋର ଅନୁରୋଧ, ଯୋଗ୍ୟ ପିଲାମାନଙ୍କର ଟିକାକରଣ ନିମନ୍ତେ ସେମାନଙ୍କର ପଞ୍ଜିକରଣ କରାନ୍ତୁ।

ସୂଚନାଯୋଗ୍ୟ, ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି।