ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ଓ ଝିଅ। ରାଜଧାନୀ ଦିଲ୍ଲୀରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଧୀରେ ଧୀରେ ଭୋଟିଂ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ପ୍ରିୟଙ୍କାଙ୍କ ଦୁଇ ପିଲା ଦିଲ୍ଲୀର ଲୋଧି ଇଷ୍ଟେଟ୍ ସ୍ଥିତ ଅଟଳ ଆଦର୍ଶ ସ୍କୁଲ୍ରେ ମତଦାନ ପାଇଁ ପହଞ୍ଚିଛନ୍ତି।
ଭୋଟ୍ ଦେବା ପରେ ପ୍ରିୟଙ୍କାଙ୍କ ପୁଅ ରେହାନ କହିଛନ୍ତି, ‘‘ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ୍ ଦେଉଛି। ଗତଥର ଦିଲ୍ଲୀ ରାଜ୍ୟ ନିର୍ବାଚନରେ ଭୋଟ୍ ଦେଇଥିଲି। ମୁଁ ଲୋକଙ୍କୁ ନିବେଦନ କରୁଛି କି ଭୋଟ୍ ଦେବା ପାଇଁ ଆପଣମାନେ ଆସନ୍ତୁ। ଲୋକତନ୍ତ୍ରର ଏହି ଉତ୍ସବରେ ଭାଗ ନିଅନ୍ତୁ।’’ ବିକାଶ ଓ ବେରୋଜଗାରି ପ୍ରସଂଗରେ ମତ ରଖିବା ସହ କହଛନ୍ତି କି ତାଙ୍କ ପାଇଁ ବ୍ୟକ୍ତିଗତ ସ୍ତରରେ ସମ୍ବିଧାନ ଏକ ବହୁତ ବଡ଼ ପ୍ରସଂଗ।
ସେ ଆହୁରି ବି କହିଛନ୍ତି ଯେ ‘‘ମୋତେ ଲାଗୁଛି ଏହା ଏକ ବଡ଼ ଓ ମହତ୍ବପୂର୍ଣ୍ଣ ପ୍ରସଂଗ। ମୁଁ ସମସ୍ତ ଯୁବକଙ୍କୁ ଆମ ସମ୍ବିଧାନକୁ ବଞ୍ଚାଇବା ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଭୋଟ୍ ଦେବାକୁ ନିବେଦନ କରୁଛି।’’
ସେହିପରି ପ୍ରିୟଙ୍କାଙ୍କ ଝିଅ ମିରାୟା କହିଛନ୍ତି, ‘‘ମୁଁ କଲେଜରୁ କେବଳ ଭୋଟ୍ ଦେବାକୁ ଆସିଛି। ସମସ୍ତଙ୍କୁ ବାହାରକୁ ଆସିବା ଦରକାର ଓ ଭୋଟ୍ ଦେବା ଦରକାର।’’ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ଓ ଇଣ୍ଡିଆ ବ୍ଲକ୍ ମଧ୍ୟରେ ସିଧା ମୁକାବିଲା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/af2d7331-d746-43d9-8c38-63f5a9fdb347.jpg)