ନୂଆଦିଲ୍ଲୀ: ଲୋକଙ୍କୁ ଭେଟୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ନୂଆ ସରକାର ଗଠନ ପରେ ଏବଂ ବିଜେପି ପୁଣି ଜଣେ ମହିଳାଙ୍କ ହାତରେ ରାଜ୍ୟ ଶାସନର ଭାର ଦେବାପରେ ଏବେ ପୂରା ସକ୍ରିୟ ଅଛନ୍ତି ମାଡାମ୍ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ବିଭିନ୍ନ ଅଭିନନ୍ଦନ ସଭାରେ ଯୋଗ ଦେଇ ଲୋକଙ୍କ ସହ ମିଶୁଥିବା ବେଳେ କିଛି ସାଧାରଣ ଲୋକଙ୍କୁ ଘରକୁ ଡାକି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ତେବେ ରେଖା ଗୁପ୍ତାଙ୍କ ଘର ଆଗରେ ଅପେକ୍ଷା କରିଥିଲେ ଦିଲ୍ଲୀର କିଛି ସାଧାରଣ ଲୋକ । ଆଉ ଘର ବାହାରେ ଛିଡା ହୋଇଥିବା ଲୋକଙ୍କୁ ଘରକୁ ଡାକି ସେମାନଙ୍କୁ ଭେଟିବା ସହ ସେମାନଙ୍କ ଠାରୁ ଫୁଲତୋଡା ଗ୍ରହଣ କରିଥିଲେ ଏବଂ ଲୋକେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବଚ୍ଛ ଶାସନର ଆଶା ରଖିଛନ୍ତି ।

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ଫେରିଛି । ଆଉ ଯେଉଁ କାରଣ ପାଇଁ ଦିଲ୍ଲୀରେ ଆପକୁ ବିଦା କଲେ ଲୋକେ ସେହି ଭୁଲ ନକରିବାକୁ ବେଶ ସଜାଗ ରହିଛନ୍ତି ରେଖା ସରକାର । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସହ ଭେଟିବାର କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି ।