ନୂଆଦିଲ୍ଲୀ : ଶପଥ ଗ୍ରହଣ ପର୍ବ ଶେଷ ହେବା ପରେ ଆଜି ରାତି ସୁଦ୍ଧା ଦିଲ୍ଲୀ ରେଖା ଗୁପ୍ତା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଗୃହ, ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବାର ସମ୍ଭାବନା ଥିବାବେଳେ ପ୍ରବେଶ ବର୍ମାଙ୍କୁ ପିଡବ୍ଲୁଡି, ଶିକ୍ଷା ଓ ପରିବହନ ବିଭାଗ ଦିଆଯାଇପାରେ । ସେହିପରି ମନଜିନ୍ଦର ସିଂ ସିରସାଙ୍କୁ ସ୍ବାସ୍ଥ୍ୟ, ସହରି ବିକାଶ ଓ ଶିଳ୍ପ ବିଭାଗ ମିଳିପାରେ ।
ଆମ ଆଦମି ପାର୍ଟି ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ରହିସାରିଥିବା କପିଳ ମିଶ୍ରାଙ୍କୁ ଜଳ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମିଳିପାରେ । ରବୀନ୍ଦ୍ର କୁମାର ଇନ୍ଦ୍ରାଜଙ୍କୁ ସମାଜ କଲ୍ୟାଣ, ଶ୍ରମ ଓ ଏସସିଏସଟି ବିଭାଗ, ଆଶୀଷ ସୁଦଙ୍କୁ ପରିବେଶ, ରାଜସ୍ବ ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମିଳିପାରେ । ପଂକଜ ସିଂଙ୍କୁ ଆଇନ ଓ ଆବାସ ବିଭାଗ ମିଳିବ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/20/FDv0Y7lIENLpc2rphsih.jpeg)