ନୂଆଦିଲ୍ଲୀ: ସରିଲା ସିଏମ୍ ସସପେନ୍ସ । ଦିଲ୍ଲୀର କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଆଉ ସାମ୍ନାକୁ ଆସିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରା ।
ପୁନଶ୍ଚ ଦିଲ୍ଲୀ ପାଇଛି ମହିଳା ମୁଖ୍ୟମନ୍ତ୍ରୀ । ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ବି ଜମେ ମହିଳା । ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ତାଙ୍କ ନାମ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ନାଁ ଘୋଷଣା ହେବା ପରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର ।
मुझ पर विश्वास कर मुख्यमंत्री पद का दायित्व सौंपने के लिए मैं सभी शीर्ष नेतृत्व का हृदय से आभार व्यक्त करती हूं। आपके इस विश्वास और समर्थन ने मुझे नई ऊर्जा और प्रेरणा दी है। मैं संकल्प लेती हूं कि दिल्ली के हर नागरिक के कल्याण, सशक्तिकरण और समग्र विकास के लिए पूरी ईमानदारी,… pic.twitter.com/eYM6X6ptzn
— Rekha Gupta (@gupta_rekha) February 19, 2025
ତେବେ ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଛି ମୁଖ୍ୟମନ୍ତ୍ରୀ ମୋହର । ଆଉ ନାଁ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ରେଖା । କହିଛନ୍ତି, ସବୁ ଦଳର ଆଶୀର୍ବାଦ । ମତେ ମୁଖ୍ୟମନ୍ତ୍ରୀ ପାଇଁ ଭରସା କରି ଦାୟିତ୍ବ ଦେଇଥିବାରୁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବ ଏବଂ ବିଧାୟକଙ୍କୁ ଅନେକ ଅନେକ ଧନ୍ୟବାଦ । ସାଲିମାରବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି । ଏଥିସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ଯକ୍ଷ ବି ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/19/MPPciqMnTuEzxIFQftaJ.jpg)