ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ ଆଜିଠୁ ଆରମ୍ଭ ହେବ ବିଜେପି ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା । ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଦିନ ୧୨ଟା ୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । 

Advertisment

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୬ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନେଇ ପୂରା ତାଲିକା ସାମ୍ନାକୁ ଆସିଛି । ଆଜି ରେଖା ଗୁପ୍ତାଙ୍କ ସହ ଦିଲ୍ଲୀ କ୍ୟାବିନେଟର ୬ ଜଣ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ ।

ତେବେ ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରବେଶ ବର୍ମା ଶେଷରେ ନିରାଶ ହୋଇଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ରେଖା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବାର ସୁଯୋଗ ମିଳିଛି । କୁହାଯାଉଛି ତାଙ୍କୁ ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ଆମ୍ ଆଦମୀ ପାର୍ଟିର ବଡ ହାତୀ କେଜ୍ରିୱାଲଙ୍କୁ ପରାସ୍ତ କରିବାର ପୁରସ୍କାର ସ୍ବରୂପ ତାଙ୍କୁ ଦିଲ୍ଲୀ ଦରବାରର ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସବୁ ଚର୍ଚ୍ଚାରେ ବିରାମ ଲଗାଇ ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଆଉ ପ୍ରବେଶ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ ।