ନୂଆଦିଲ୍ଳୀ: ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ଦିଲ୍ଲୀ ପୁଣି ବିଜେପି ଦଖଲ କରିଛି । ଆଜି ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହି କ୍ରମରେ ପୂରା ଦିଲ୍ଲୀ ଗେରୁଆମୟ ହୋଇଛି । ଦିନ ୧୧.୩୦ ରେ ରାମଲୀଳା ମୈଦାନରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା। ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି । ସୂତ୍ର ମୁତାବକ ଶପଥ ଗ୍ରହଣ ପରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇପାରେ।
ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଦିନ ୧୨ଟା ୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/20/Ls4UNKRN9QTHNj8Fv8cE.jpg)