ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ହମାସକୁ ଚେତାବନୀ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କହିଛନ୍ତି ଯେ ଯଦି ଗାଜାରେ ବନ୍ଦୀ ଥିବା ସମସ୍ତ ବନ୍ଧକଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁକ୍ତ କରାନଯାଏ, ତେବେ ସେ ଇସ୍ରାଏଲ-ହମାସ ଅସ୍ତ୍ରବିରତି ସମାପ୍ତ କରିବାକୁ ପ୍ରସ୍ତାବ ଦେବେ। ସବୁ ନର୍କ ଭଙ୍ଗା ହେବ ବା ଭୟାବହ ପରିସ୍ଥିତି ଉପୁଜିବ।
ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇସ୍ରାଏଲ୍ର ବନ୍ଧକଙ୍କୁ ମୁକ୍ତ କରିବା ବନ୍ଦ କରିବ ବୋଲି ହମାସ ଘୋଷଣା କରିବା ପରେ ଟ୍ରମ୍ପ୍ ଏପରି ଚେତାବନୀ ଦେଇଛନ୍ତି।
ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିବାର ଅଭିଯୋଗ ଆଣିଛି, ଯାହା ଫଳରେ ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇଛି।
VIDEO - PRESIDENT TRUMP ISSUES WARNING:
— Australian Jewish Association (@AustralianJA) February 11, 2025
It is Israel's decision but...
President Donald Trump said if Hamas does not return all hostages by 12 noon on Saturday, he will call for the ceasefire in the Gaza Strip to be canceled and "let all hell break out."
WATCH pic.twitter.com/bILG9fMir1
ସୋମବାର ଦିନ ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ, "ମୁଁ ନିଷ୍ପତ୍ତି ନେଇଛି ଯଦି ସମସ୍ତ ବନ୍ଧକଙ୍କୁ ଶନିବାର ଦିନ ୧୨ଟା ସୁଦ୍ଧା ଫେରାଇ ଦିଆଯାଏ ନାହିଁ, ତେବେ ଏହା ଏକ ଉପଯୁକ୍ତ ସମୟ। ସବୁ ନର୍କ ଭାଙ୍ଗି ଚୁର୍ମାର ହେବ।’’
ଏ ପ୍ରସଂଗରେ ପୂର୍ବରୁ ବି ଥରେ ଟ୍ରମ୍ପ୍ କହିଥିଲେ କି ‘‘ହମାସ ଦ୍ବାରା ବନ୍ଧକମାନଙ୍କୁ ମୁକ୍ତ କରିବା ଏବେ ଟ୍ରମ୍ପ୍ଙ୍କ ମୂଳ ଲକ୍ଷ୍ୟ। ସେ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି କି, "ଏହା ହାମାସ୍ ପାଇଁ ଭଲ ହେବ ନାହିଁ ଏବଂ ଏହା କାହା ପାଇଁ ଭଲ ହେବ ନାହିଁ। ସବୁ କିଛି ନଷ୍ଟ ହୋଇଯିବ। ମୋତେ ଆଉ କହିବାକୁ ପଡିବ ନାହିଁ।’’