ଓମାର ଅବ୍ଦୁଲ୍ଲାଙ୍କୁ ତୁରନ୍ତ ମୁକ୍ତ କର ନଚେତ ତାଙ୍କ ଭଉଣୀଙ୍କ ଆବେଦନ ଶୁଣାଣି କରିବୁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ୍‌ କନ୍‌ଫେରେନ୍‌ସ୍‌ର ନେତା ଓମାର ଅବ୍ଦୁଲ୍ଲାଙ୍କୁ ଅଟକରୁ ମୁକ୍ତ କରାଯିବ କି, ନାହିଁ ଜଣାଇବାକୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ତାଙ୍କୁ ଯଦି ମୁକ୍ତ ନ କରାଯାଏ ତେବେ ତାଙ୍କ ଭଉଣୀ ଅଟକ ବିରୋଧରେ କରିଥିବା ଆବେଦନର ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ପବ୍ଲିକ୍‌ ସେଫ୍‌ଟି ଆକ୍ଟ ବଳରେ ଓମାରଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ଅଟକ ରଖିଛି।

ଓମାରଙ୍କ ଭଉଣୀ ସାରା ଅବ୍ଦୁଲ୍ଲା ପାଇଲଟ୍‌ ଦାଏର କରିଥିବା ହେବିୟସ୍‌ କର୍ପସ୍‌ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମ୍‌ କୋର୍ଟ ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ ଉପସ୍ଥିତ ଓକିଲଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶମତେ ୭ ଦିନ ମଧ୍ୟରେ ସେ ଜବାବ ଦାଖଲ କରିବେ।

Image Source: Zee News

ଆସନ୍ତା ସପ୍ତାହରେ ସୁପ୍ରିମ୍‌ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

୨୦୧୯ ମସିହା ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ସମୟରୁ ଓମାର ଅବ୍ଦୁଲ୍ଲାଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର