ମୁମ୍ବାଇ: ବଲିଉଡ୍ ସୁପର୍ଷ୍ଟାର ସଲ୍ମାନଙ୍କ ଖାନ୍ଙ୍କ ଫିଲ୍ମ ‘ଭାରତ’ ମୁକ୍ତିଲାଭ କରିଛି। ଏହି ଅବସରରେ ସାକ୍ଷାତକାର ଦେଇ ସଲ୍ମାନ କହିଛନ୍ତି, ଆଗରୁ ଅନେକ ଦୁର୍ବଳ ଚଳଚ୍ଚିତ୍ର କରିଛି, କିନ୍ତୁ ଆଗକୁ ବଳିଷ୍ଠ କାହାଣୀକୁ ଅଧିକ ଗୁରୁତ୍ୱ ଦେବି। ପ୍ରଥମେ କାହାଣୀ ଶୁଣିବା ବେଳେ ଭଲ ନ ଲାଗିଲେ ଏହାକୁ ସ୍ଥଗିତ ରଖୁଛି ଏବଂ ଦ୍ବିତୀୟ ଥର ଶୁଣିଲାବେଳକୁ ଯେମିତି ଏଥିରେ ଉନ୍ନତି ହୋଇଥିବ ସେଥିପ୍ରତି ଧ୍ୟାନ ଦେଉଛି ବୋଲି ସଲ୍ମାନ କହିଛନ୍ତି। ‘ଭାରତ’ ଫିଲ୍ମକୁ ନେଇ ସେ କହିଛନ୍ତି- ଏଥିପାଇଁ ମୁଁ ଗର୍ବିତ। ମୁଁ ଏଠାରେ ଜନ୍ମ ହୋଇଛି ଏଠାରେ ହିଁ ମରିବି। ଭାରତଠାରୁ ଅନ୍ୟ କୌଣସି ଭଲ ସ୍ଥାନ ନାହିଁ।
ମୁକ୍ତିଲାଭ କଲା ‘ଭାରତ’: ‘ଭାରତଠାରୁ ଅନ୍ୟ କୌଣସି ଭଲ ସ୍ଥାନ ନାହିଁ’: ସଲ୍ମାନ
/sambad/media/post_attachments/wp-content/uploads/2019/06/will-salman-khan-s-bharat-be-a-blockbuster-or-a-dud-at-the-box-office1400-1559311923_1100x513.jpg)