ଛତିଶଗଡ଼ ଦ୍ୱାରା ଡ୍ୟାମ୍‌ରୁ ଜଳ ନିଷ୍କାସନ ପ୍ରଶ୍ନ : କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଉତ୍ତର ଦେଇପାରିଲେନି

ନୂଆଦିଲ୍ଲୀ : ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣଧୀନ ଡ୍ୟାମ୍‌/ବ୍ୟାରେଜ୍‌ରୁ ଜଳ ନିଷ୍କାସନ କରିବା ତଥା ଗେଟ୍‌ ଅପରେସନ୍‌ ସିଡ୍ୟୁଲ୍‌ ଗତିବିଧି ସମ୍ପର୍କରେ ଓଡ଼ିଶାକୁ ଅବଗତ କରାଯିବା ନେଇ ଆଜି ସଂସଦରେ ପ୍ରଶ୍ନ କରାଯାଇଥିଲା। ତେବେ ଏ ସମ୍ପର୍କିତ ପ୍ରଶ୍ନରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ସିଂହ ମେଘଓ୍ଵାଲ୍‌ କୌଣସି ପ୍ରକାର ଉତ୍ତର ଦେଇନାହାନ୍ତି। ବିଜେଡି ସାଂସଦ ରବିନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ମହାନଦୀ ଜଳବିବାଦ ସମ୍ପର୍କିତ ୪ଟି ପ୍ରଶ୍ନ ଅଣତାରକା ପ୍ରଶ୍ନାବଳୀରେ ପଚରା ଯାଇଥିଲା। ପ୍ରଥମ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ମେଘଓ୍ଵାଲ ୨୦୦୩ରୁ ୨୦୧୬ ମଧ୍ୟରେ ଛତିଶଗଡ଼କୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଅନ୍ତର୍ଗତ ବୈଷୟିକ ଉପଦେଷ୍ଟା କମିଟି ଦ୍ୱାରା ୧୫ଟି ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ସୂଚନା ଦେଇଥିବା ବେଳେ ମହାନଦୀରେ ୬ଟି ବ୍ୟାରେଜ୍‌ ନିର୍ମାଣ ପାଇଁ ପରିବେଶ ମଂଜୁରି ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ତଥ୍ୟ ଉପସ୍ଥାପନ କରିଥିଲେ । କିନ୍ତୁ ଛତିଶଗଡ଼ ଦ୍ୱାରା ଡ୍ୟାମ୍‌ରୁ ଜଳ ନିଷ୍କାସନ ସମ୍ପର୍କରେ ଓଡ଼ିଶାକୁ ଅବଗତ କରାଯିବା ସମ୍ପର୍କରେ କିଛି ଉତ୍ତର ରଖିନଥିଲେ।

ସମ୍ବନ୍ଧିତ ଖବର