ସ୍ବଦେଶୀ ୫ଜି ସଲ୍ୟୁସନ୍‌ ଲଞ୍ଚ୍‌ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନକୁୁ ସାକାର କରିବ ଜିଓ: ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ କହିଛନ୍ତି କି ଖୁବ୍ ଶୀଘ୍ର ଜିଓ ୫ଜି ଟେକନଲଜି ଲଞ୍ଚ୍‌ କରିବାକୁ ଯାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବ ବୋଲି ଅମ୍ବାନୀ ଦାବି କହିଛନ୍ତି।

୪୩ତମ ବାର୍ଷିକ ସାଧାରଣ ବୈଠକ  ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ ଜିଓ ପ୍ଲାଟଫର୍ମରେ ଗୁଗୁଲ୍‌ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଜିଓ ୫ଜି ସଲ୍ୟୁସନ୍ ଦିଗରେ କାର୍ଯ୍ୟ‌ ଆରମ୍ଭ କରିଛି। ୫ଜି ସଲ୍ୟୁସନ୍‌କୁ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସର୍ଗ କରିଛନ୍ତି।


NDTV.com

ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମର ଅଧା ବିଲିୟନ୍‌ ବ୍ୟବହାରକାରୀ ହୋଇଥିବେ। ଭାରତର ନିଜର ସ୍ବଦେଶୀ ୫ଜି ସଲ୍ୟୁସନ୍‌ ହୋଇଗଲେ ଆମ ଦେଶ ଆଉ ଚୀନ କିମ୍ବା ୟୁରୋପୀୟ ଦେଶଗୁଡ଼ିକ ଉପରେ ନିର୍ଭର କରିବ ନାହିଁ । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଗୁଗୁଲ୍ ଭାରତର ଡିଜିଟାଲ୍ କ୍ଷେତ୍ରରେ ୧୦ ବିଲୟନ୍‌ ଡଲାର ନିବେଶ କରିବ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର