୮୮୦ ସହରରେ ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ମାଗଣାରେ ଟିକା ଦେବ ରିଲାଏନ୍ସ

ନୂଆଦିଲ୍ଲୀ: ସାରା ଦେଶରେ ଲୋକମାନଙ୍କୁ କରୋନା ଭୂତାଣୁରୁ ରକ୍ଷା କରିବାକୁ ଚାଲିଥିବା ଟିକାକରଣ ଅଭିଯାନକୁ ପୁଣି ଦ୍ରୁତ କରାଯାଇଛି । ମେ’ ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଶିଳ୍ପ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶକୁ କରୋନା ମୁକ୍ତ କରିବାକୁ ସବୁଠାରୁ ବଡ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରିଛି । ଏହି ଟିକାକରଣ ଅଭିଯାନରେ କମ୍ପାନି ତରଫରୁ ନିଜର କର୍ମଚାରୀ, ସେମାନଙ୍କର ପରିବାର ଲୋକେ, କମ୍ପାନିର ସହଭାଗୀ ଓ ସେମାନଙ୍କର ପରିବାର ଲୋକଙ୍କୁ ଟିକା ଦେବାକୁ ଏକ ବିସ୍ତୃତ ଯୋଜନା କରାଯାଇଛି ।

କମ୍ପାନିର ଏଭଳି ଯୋଜନା ଦ୍ୱାରା ରାଜ୍ୟମାନଙ୍କ ଦ୍ୱାରା ଚାଲିଥିବା ଟିକାକରଣ ଅଭିଯାନରେ ରାଜ୍ୟକୁ ସହଯୋଗ ମିଳିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏଭଳି ଯୋଜନାରେ ଦେଶର ୮୮୦ ସହରରେ ୧୩ ଲକ୍ଷ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । କମ୍ପାନିର ଏଭଳି ଯୋଜନା କେବଳ ତାଙ୍କର ବର୍ତ୍ତମାନର କର୍ମଚାରୀମାନଙ୍କ ପାଇଁ ନୁହେଁ ବରଂ କମ୍ପାନିରେ କାମ କରି ଅବସର ନେଇଥିବା କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଏଥିରୁ ଲାଭ ମିଳିବ । କମ୍ପାନି ତରଫରୁ ସେମାନଙ୍କୁ ବି ମାଗଣାରେ ଟିକା ଦିଆଯିବ ।

Reliance to Vaccinate All Its Present, Retired Employees in Biggest Inoculation Drive by a Corporate
News18

ଅନ୍ୟପଟେ ଏହି ଟିକା କମ୍ପାନିର କର୍ମଚାରୀମାନଙ୍କୁ ସେମାନଙ୍କ କର୍ମସ୍ଥଳୀରେ ଦିଆଯିବ ବୋଲି କୁହାଯାଇଛି । ଏହାସହ କମ୍ପାନିର ସୂଚନା ମୁତାବକ ଏପର୍ଯ୍ୟନ୍ତ ୩.୩୦ ଲକ୍ଷରୁ ଅଧିକ ଲୋକଙ୍କୁ କମ୍ପାନିର ତରଫରୁ ମାଗଣା ଟିକା ଦିଆଯାଇଛି । ଏହାସହ କମ୍ପାନି ତରଫରୁ କୁହାଯାଇଛି କି, ଯେଉଁ କର୍ମଚାରୀମାନେ ବାହାରୁ ଟିକା ନେଇଛନ୍ତି ସେମାନଙ୍କୁ କମ୍ପାନି ତରଫରୁ ଟିକା ଖର୍ଚ୍ଚ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର