ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ପରିଚାଳନା ନିର୍ଦେଶକ ଭାବେ ମୁକେଶ ଅମ୍ବାନି ୨୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରିଲାଏନ୍ସ ଅନେକ ସଫଳତା ହାସଲ କରିଛି। ବାପା ଧୀରୁଭାଇ ଅମ୍ବାନିଙ୍କ ହଠାତ୍ ମୃତ୍ୟୁ ହେବା ପରେ ୨୦୦୨ ଜୁଲାଇ ୬ରେ ସେ ରିଲାଏନ୍ସର ସିଏମ୍ଡି ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ମୁକେଶ କହିଛନ୍ତିଯେ ଆଗାମୀ ଦିନରେ ରିଲାଏନ୍ସ ବରଗଡ଼ ଭଳି ବଢ଼ିବ। ଏହାର ଶାଖା ପ୍ରଶାଖା ଚାରିଆଡ଼କୁ ମେଲିବ। ଏହାର ଚେର ଆହୁରି ଗଭୀର ହେବ।
ଏହା ଅଧିକରୁ ଅଧିକ ଭାରତୀୟଙ୍କ ଜୀବନକୁ ସ୍ପର୍ଶ କରି ସେମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଯତ୍ନ ନେବ ବୋଲି ମୁକେଶ କହିଛନ୍ତି। ମୁକେଶଙ୍କ ନେତୃତ୍ବରେ ୨୦ ବର୍ଷରେ ରିଲାଏନ୍ସର ଲାଭ ୨୦ ଗୁଣ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ, ମୁକେଶଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ପକ୍ଷରୁ ଆଜି ଏକକାଳୀନ ୧୧ଟି ସହରରେ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ଜିଓ ପକ୍ଷରୁ ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼, ମୋହାଲି, ପଞ୍ଚକୁଲା, ଜିରକାପୁର, ଖରାଡ଼ ଏବଂ ଡେରାବସୀରେ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି।