ଓ୍ବାସିଂଟନ : ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ଆମେରିକାରେ ଜଷ୍ଟିସ୍ ଜୁଆନ୍ ମାର୍ଚେନ୍ ଶୁକ୍ରବାର (ଜାନୁଆରୀ ୧୦, ୨୦୨୫) ହୁସ୍ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନିଃସର୍ତ୍ତ ଦୋଷମୁକ୍ତ କରିବାକୁ ଦଣ୍ଡାଦେଶ ଶୁଣାଇଛନ୍ତି। ବିନା ଜରିମାନାରେ ଟ୍ରମ୍ପଙ୍କୁ ସମସ୍ତ ୩୪ଟି ମାମଲାରେ ଦୋଷମୁକ୍ତ କରାଯାଇଛି। ଅର୍ଥାତ୍ ଡୋନାଲ୍ଡ ଟ୍ରମ୍ପ ଏବେ ଆଶ୍ୱସ୍ତି ପାଇଛନ୍ତି। ଏହା ସହିତ ଏହି ମାମଲାରେ ଅଭିଯୁକ୍ତ ଥିବା ସମସ୍ତ ୩୪ ଜଣଙ୍କୁ ବି ଦୋଷମୁକ୍ତ କରାଯାଇଛି ।
ଏଥିରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ହ୍ଵାଇଟ୍ ହାଉସ୍ ଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଶପଥ ନେବାକୁ ଯାଉଛନ୍ତି।
ସମସ୍ତ ୩୪ଟି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିନା ଜରିମାନାରେ ଦୋଷମୁକ୍ତ କରାଯାଇଛି। ବିନା ଜରିମାନାରେ ଦଣ୍ଡ ବିଧାନ ର ଅର୍ଥ ହେଉଛି ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡ, ପ୍ରୋବେସନ କିମ୍ବା ଅନ୍ୟ କୌଣସି ଜରିମାନାରୁ ବର୍ତ୍ତିବାକୁ ପଡିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)